THE BYAPINI

୩୭ତମ ଜାତୀୟ କ୍ରୀଡ଼ାରେ ୫୦ଟି ପଦକ ପାଇଲା ଓଡ଼ିଶା

Get real time updates directly on you device, subscribe now.

କଟକ: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ପଦକ ସଂଖ୍ୟା ୫୦ ଛୁଇଁଛି। ବୁଧବାର ଓଡ଼ିଶାକୁ ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି କାଂସ୍ୟ ସହ ୫ଟି ପଦକ ମିଳିଛି। ସାଇକଲ ଚାଳନା ମହିଳା ରୋଡରେଶରେ ସ୍ବସ୍ତି ସିଂହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସ୍ବସ୍ତି ୭୫ କିମି ମାସ୍‌ ଷ୍ଟାଟ୍‌ ସାଇକଲ ଚାଳନା ବିଭାଗରେ ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ଜିତିଛନ୍ତି। ଓଡ଼ିଶା ପୁରୁଷ ଓ ମହିଳା ଖୋଖୋ ଦଳ ଫାଇନାଲରେ ମହାରାଷ୍ଟ୍ର ନିକଟରୁ ପରାଜିତ ​‌​‌ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଲନ୍‌ବଲ୍‌ ଫୋର​‌ ପୁରୁଷ ଦଳଗତ ବର୍ଗରେ ଓଡ଼ିଶା କାଂସ୍ୟ ପଦକ ଜିତିଛି। ଓଡ଼ିଶା ପକ୍ଷରୁ କୈଳାସ ମାଝି, ସୌରଭ ରଞ୍ଜନ ମହାରଣା, ତାରେଣୀ ପ୍ରସାଦ ନାୟକ ଓ ନରସିଂହ ରଣା ପ୍ରତିନିଧିତ୍ବ କରି ଏହି ସଫଳତା ପାଇଛନ୍ତି। ସେହିପରି ପୁରୁଷ ଏକକରେ ଲଳିତ ଶର୍ମା କାଂସ୍ୟ ପଦକ ଜିତିଛନ୍ତି।ଏଥିରେ ଓଡ଼ିଶା ଲନ୍‌ବଲ ଦଳ ୩ଟି କାଂସ୍ୟ ପଦକ ଜିତିଛି। ପୂର୍ବରୁ ମହିଳା ଫୋରରେ କାଂସ୍ୟ ବିଜୟୀ ହୋଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.