THE BYAPINI

୩ ଦିନରେ ପିଆଜ ଦର ୩୦ ରୁ ୬୦ଟଙ୍କାକୁ ବୃଦ୍ଧି

Get real time updates directly on you device, subscribe now.

ଭୁବନେଶ୍ବର : ବିଲାତି, ଆଳୁ ପରେ କନ୍ଦାଇବା ଆରମ୍ଭ କରିଛି ପିଆଜ। ମାସକ ଭିତରେ ଦର ଦୁଇଗୁଣା ବଢ଼ିଲାଣି। ବଜାରରେ ପିଆଜ ଦର ବୃଦ୍ଧି ପାଇବା ଯୋଗୁଁ ହାଣ୍ଡିଶାଳରୁ ପିଆଜ ଉଭାନ ହେବାରେ ଲାଗିଛି। ଓଡ଼ିଶାରେ ପିଆଜ ଉତ୍ପାଦନ ନଥିବାରୁ ନାସିକରୁ ପିଆଜ ଆମଦାନୀ କରାଯାଉଛି। ପୁଣି ନାସିକରେ ପିଆଜ ଦର ସାମାନ୍ୟ ଉଚ୍ଚା ରହିଥିବାରୁ ଏହାର ପ୍ରଭାବ ଓଡ଼ିଶା ବଜାର ଉପରେ ପଡ଼ିଥିବା କୁହାଯାଉଛି। ତିନିିଦିନ ତଳେ ପିଆଜ ଦର ୩୦ ଟଙ୍କା ଥିବାବେଳେ ଏବେ ତାହା ୬୦ଟଙ୍କାରେ ପହଞ୍ଚିଛି। ଅର୍ଥାତ ତିନିଦିନ ମଧ୍ୟରେ ପିଆଜ ଦର ଦୁଇଗୁଣା ବଢ଼ିଛି।

ପିଆଜ କିଲୋ ପିଛା ମାସେ ତଳେ ୨୦ଟଙ୍କା ଥିବାବେଳେ ଏବେ ତାହା ୫୦ଟଙ୍କାରେ ପହଞ୍ଚିଲାଣି। କିଛି ସ୍ଥାନରେ ବ୍ୟବସାୟୀ କିଲୋ ପିଛା ୬୦ଟଙ୍କାରେ ବିକ୍ରି କରୁଛନ୍ତି। କାର୍ତ୍ତିକ ମାସରେ ସାଧାରଣତଃ ସବୁ ପନିପରିବା ଦର ବଢ଼ିଥାଏ। ହେଲେ ଚଳିତ ବର୍ଷ ପିଆଜ ଦର ବୁଦ୍ଧି ପାଇବା ଉଭୟ ଗ୍ରାହକ ଏବଂ ଖୁଚୁରା ବେପାରୀଙ୍କ ମୁଣ୍ଡରେ ଚଡ଼କ ପକାଇଛି।


ଓଡ଼ିଶା ବଜାରକୁ ଦୈନିକ ୧୫ ଶହ ଟନ୍‌ ହିସାବରେ ବାର୍ଷିକ ୫ରୁ ସାଢ଼େ ୫ ଲକ୍ଷ ଟନ୍‌ ପିଆଜ ଦରକାର। ସାରା ଦେଶରେ ବର୍ଷା ଯୋଗୁଁ ଫସଲ ଅମଳ ବାଧାପ୍ରାପ୍ତ ହୋଇଥିବାରୁ ଏହି ଦର ବୃଦ୍ଧି ହୋଇଛି। ଏଥିନିମନ୍ତେ ପ୍ରତିବର୍ଷ ଅଗଷ୍ଟରୁ ନଭେମ୍ବରରେ ପିଆଜ ଦର ବୃଦ୍ଧି ହୋଇଥାଏ। ମାତ୍ର ଏଥର ବିଳମ୍ବରେ ଦର ବଢ଼ିଥିବା ବେଳେ ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ ଦର ନିୟନ୍ତ୍ରଣକୁ ଆସିବା ସମ୍ଭାବନା ରହିଛି। ମାତ୍ର ବେଳେବେଳେ ହେଉଥିବା ଅବାସ୍ତବ ଦର ବୃଦ୍ଧି ପଛରେ କର୍ପୋରେଟ ହାଉସଙ୍କ ହାତ ରହୁଛି। ବଜାରରେ ଦର ସାମାନ୍ୟ ବଢ଼ିଲେ କର୍ପୋରେଟ ହାଉସ ପକ୍ଷରୁ ବହୁ ପରିମାଣ ଜିନିଷ ଗଚ୍ଛିତ ରଖି କୃତ୍ରିମ ଅଭାବ ସୃଷ୍ଟି କରାଯାଉଛି। ସେମାନଙ୍କ ପାଖରେ ଏକ ସଙ୍ଗେ ବିପୁଳ ପରିମାଣର ଜିନିଷ ମହଜୁଦ ରଖିବାକୁ ଅର୍ଥବଳ ସହ ପର୍ଯ୍ୟାପ୍ତ ଜାଗା ମଧ୍ୟ ମହଜୁଦ ରହୁଛି। ଓଡ଼ିଶାରେ ଫେବୃଆରୀରୁ ମାର୍ଚ୍ଚରେ ପିଆଜ ଅମଳ ହୋଉଛି। ତାହା ପୁଣି ପଶ୍ଚିମ ଓଡ଼ିଶାରେ। ଅଗଷ୍ଟରୁ ନଭେମ୍ବର ମଧ୍ୟରେ ପିଆଜ ଦର ଉଚ୍ଚା ରହୁଥିବାରୁ ସରକାର ଏଥିପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଚାଷୀଙ୍କୁ ପ୍ରୋତ୍ସାହନ ଦେଲେ ଓଡ଼ିଶା ମଧ୍ୟ ନାସିକ ପରି ବର୍ଷକୁ ୩ଥର ପିଆଜ ଉତ୍ପାଦନ କରିପାରିବ।

Get real time updates directly on you device, subscribe now.

Leave A Reply

Your email address will not be published.