୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ
ପୁରୀ : ସୋମବାର ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ । ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରେ ପଇତା ଲାଗି ନୀତି ପାଇଁ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଏହା ଗୁପ୍ତ ନୀତି ହୋଇଥିବାରୁ ଜୟବିଜୟ ଦ୍ଵାର ବନ୍ଦ ରହିବ । ଶେଷରେ ନୀତି ସରିବା ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବ ।
ଆଜି ମାର୍ଗଶୀର-କୃଷ୍ଣ ସପ୍ତମୀ ତିଥିରେ ଶ୍ରୀଜୀଉମାନଙ୍କୁ ପଇତା ଲାଗି ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ନ ୫ ଘଟିକାରୁ ରାତ୍ର ୧୦ ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ବିଶେଷ ନୀତି ଓ ଦର୍ଶନ ବନ୍ଦ ନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ନୀତି ସରିବା ପରେ ଶ୍ରଦ୍ଧାଳୁଙ୍କୁ ପୁଣି ଠାକୁର ଦର୍ଶନ ମିଳିବ।