THE BYAPINI

୬ରେ ଇଣ୍ଡିଆ ମେଣ୍ଟ ବୈଠକ କରିବ କଂଗ୍ରେସ

Get real time updates directly on you device, subscribe now.

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ‘ବିଜେପି’ ଅଗ୍ରଣୀ ରହି ବିଜୟୀ ହେବାକୁ ଯାଉଥିବା ବେଳେ କଂଗ୍ରେସ ‘ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଡେଭ୍‌ଲପ୍‌ମେଣ୍ଟାଲ୍‌ ଇନ୍‌କ୍ଲୁସିଭ୍‌ ଆଲିଏନ୍‌ସ୍‌’ର (ଇଣ୍ଡିଆ ମେଣ୍ଟ) ପରବର୍ତ୍ତୀ ବୈଠକ ଡିସେମ୍ବର ୬ ତାରିଖ ଦିନ ଡକାଇଛି।

କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ ‘ଭାରତୀୟ ଜାତୀୟ କଂଗ୍ରେସ’ (ଆଇଏନ୍‌ସି), ଦ୍ରାବିଡ଼ ମୁନ୍ନେତ୍ର କଜ୍‌ଗମ୍‌ (ଡିଏମ୍‌କେ) ଓ ତୃଣମୂଳ କଂଗ୍ରେସ ସମେତ ମେଣ୍ଟର ସବୁ ଦଳକୁ ଫୋନ୍‌ କରି ବୈଠକ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି।

ଅଭ୍ୟନ୍ତରୀଣ ବିବାଦ ଓ ‘ବ୍ଲକ୍‌’ର ଭବିଷ୍ୟତ ନେଇ ନାନା ଧରଣର କଳ୍ପନାଜଳ୍ପନା ଚାଲିଥିବା ବ‌େଳେ ‘ଇଣ୍ଡିଆ ବ୍ଲକ୍‌’ର ପରବର୍ତ୍ତୀ ବୈଠକ ତାରିଖ ଘୋଷଣା କରାଯାଇଛି। ଆସନ୍ତା ବର୍ଷ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ସାଧାରଣ ନିର୍ବାଚନ ନିମନ୍ତେ ଦେଖା ଦେଇଥିବା ପ୍ରସ୍ତୁତି ଅଭାବ ପାଇଁ ‘ଜନତା ଦଳ (ୟୁନାଇଟେଡ୍‌)’ର ମୁଖ୍ୟ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିକଟରେ କଂଗ୍ରେସକୁ ଦାୟୀ କରିବାରୁ ‘ଇଣ୍ଡିଆ ବ୍ଲକ୍‌’ରେ ଅଭ୍ୟନ୍ତରୀଣ ବିବାଦର ସୂତ୍ରପାତ ହୋଇଥିଲା। ସୂଚନାଯୋଗ୍ୟ, ‘ଇଣ୍ଡିଆ ବ୍ଲକ୍‌’ର ଶେଷ ବୈଠକ ମୁମ୍ବାଇରେ ଅଗ‌ଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ହୋଇଥିଲା। ତା’ପର ବୈଠକ ତାରିଖ କଂଗ୍ରେସ ନିର୍ଦ୍ଧାରଣ କରିବ ବୋଲି ସେଥିରେ ସ୍ଥିର ହୋଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.