THE BYAPINI

୬ ରାଜ୍ୟର ୭ ବିଧାନସଭା ଆସନରୁ ୪ଟିରେ ‘ଇଣ୍ଡିଆ’ ମେଣ୍ଟ ବିଜୟୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରକାଶ ପାଇଛି ୬ ରାଜ୍ୟର ୭ ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ । ଏହି ଫଳାଫଳ ବିରୋଧୀ ମେଣ୍ଟର ମନୋବଳ ବଢ଼ାଇଛି । କାରଣ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ୪ ଆସନରେ ବିଜୟୀ ହୋଇଥିଲା ବେଳେ ବିଜେପିକୁ ୩ଟି ଆସନ ମିଳିଛି । ସବୁଠାରୁ ବଡ କଥା ହେଲା ଉତ୍ତର ପ୍ରଦେଶର ଘୋଶୀ ଉପନିର୍ବାଚନରେ ସମାଜବାଦୀ ପାର୍ଟି ବିଜୟୀ ହୋଇଛି । ଏଠାରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁଧାକର ସିଂହ ବିଜେପିର ଦାରା ସିଂହ ଚୌହ୍ୱାନଙ୍କୁ ୪୨ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ବିଜେପି ତ୍ରିପୁରାର ବକ୍ସନଗର ଏବଂ ଧନପୁର ଆସନରୁ ବିଜୟୀ ହେବା ସହିତ ଉତ୍ତରାଖଣ୍ଡର ବାଗେଶ୍ୱର ଆସନରେ ମଧ୍ୟ ବିଜୟୀ ହୋଇଛି । ଅନ୍ୟପକ୍ଷରେ କେରଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପୁଅ ତଥା କଂଗ୍ରେସ ନେତା ଚାଣ୍ଡି ଓମେନ ୩୬ ହଜାର ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ପୁଥୁପ୍ପାଲୀ ଆସନରୁ ସିପିଆଇ(ଏମ୍‌) ପ୍ରାର୍ଥୀ ଜ୍ୟାକ୍‌ ସି ଥୋମାସଙ୍କୁ ପରାସ୍ତ କରିଛନ୍ତି ଚାଣ୍ଡି ଓମେନ୍‌ । ସେହିପରି ଝାଡ଼ଖଣ୍ଡର ଧୁମ୍ରି ଆସନରୁ ଶାସକ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ବେବି ଦେବୀ ବିଜୟୀ ହୋଇଛନ୍ତି । ପଶ୍ଚିମବଙ୍ଗରେ ମଧ୍ୟ ବିଜେପି ଗଡ଼ରେ ଏଥର ମମତାଙ୍କ ଟିଏମସି ବିଜୟୀ ହୋଇଛି । ଧୁପ୍ଗୁଡ଼ି ନିର୍ବାଚନ ମଣ୍ଡଳୀରେ ଟିଏମ୍ସି ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ରୟ ବିଜୟୀ ହୋଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.