୬ ରାଜ୍ୟର ୭ ବିଧାନସଭା ଉପନିର୍ବାଚନ, ଇଣ୍ଡିଆ ବନାମ ବିଜେପି ପ୍ରଥମ ଲଢେ଼ଇ
ନୂଆଦିଲ୍ଲୀ: ଆଜି ଦେଶର ୬ ରାଜ୍ୟର ୭ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେଉଛି । ପ୍ରଥମ ଥର ପାଇଁ ୪ ରାଜ୍ୟରେ ବିଜେପି ଏବଂ ବିରୋଧୀ ଇଣ୍ଡିଆ ମେଣ୍ଟ ମଧ୍ୟରେ ଲଢେ଼ଇ ହେବାକୁ ଯାଉଛି । ବିରୋଧୀ ଇଣ୍ଡିଆ ମେଣ୍ଟ ଉତ୍ତରପ୍ରଦେଶର ଘୋଷି ନିର୍ବାଚନ ମଣ୍ଡଳୀ, ଝାଡଖଣ୍ଡର ଡୁମରି, ତ୍ରିପୁରାର ଧାନପୁର ଏବଂ ବକ୍ସନଗର, ଉତ୍ତରାଖଣ୍ଡର ବାଗେଶ୍ୱରରେ ଏକାଠି ନିର୍ବାଚନ ଲଢୁଛନ୍ତି । ଅନ୍ୟପକ୍ଷେ ପଶ୍ଚିମବଙ୍ଗର ଧୁପଗୁଡି ଏବଂ କେରଳର ପୁଥୁପ୍ପଲ୍ଲିରେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ପରସ୍ପର ବିରୋଧରେ ଲଢ଼ିବେ । ୮ ତାରିଖରେ ନିର୍ବାଚନ ଫଳ ପ୍ରକାଶ ପାଇବ ।