THE BYAPINI

୬.୭%କୁ ବୃଦ୍ଧି ହେଲା ୫ ବର୍ଷିଆ ଆର୍‌ଡି ସୁଧ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ଆରମ୍ଭ ହେଉଥିବା ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଲାଗି ବିଭିନ୍ନ ସ୍ୱଳ୍ପ ସଞ୍ଚୟ ସ୍କିମ୍‌ର ସୁଧ ଘୋଷଣା କରାଯାଇଛି । ପାଞ୍ଚ ବର୍ଷିଆ ଆର୍‌ଡିକୁ ବାଦ ଦେଲେ ଅନ୍ୟ ସବୁ ସ୍କିମ୍‌ର ସୁଧ ଅପରିବର୍ତ୍ତିତ ରହିଛି । ପାଞ୍ଚ ବର୍ଷିଆ ଆର୍‌ଡି ସୁଧ ୬.୫ ପ୍ରତିଶତରୁ ବୃଦ୍ଧି ପାଇ ୬.୭ ପ୍ରତିଶତ ହୋଇଛି । ମାସିକ ଆୟ ଖାତା ସ୍କିମ୍‌ର ସୁଧ ୭.୪ ପ୍ରତିଶତ, ଜାତୀୟ ସଞ୍ଚୟ ସାର୍ଟିଫିକେଟ୍‌ ସୁଧ ୭.୭ ପ୍ରତିଶତ, ପବ୍ଲିକ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ ସୁଧ ୭.୧ ପ୍ରତିଶତ, କିସାନ ବିକାଶ ପତ୍ର ସୁଧ ୭.୫ ପ୍ରତିଶତ ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ସୁଧ ୮ ପ୍ରତିଶତରେ ଅପରିବର୍ତ୍ତିତ ରହିଛି ।
ସେହିପରି ୧,୨,୩ ଓ ୪ ବର୍ଷିଆ ମିଆଦୀ ଜମାର ସୁଧ ଯଥାକ୍ରମେ ୬.୯ ପ୍ରତିଶତ, ୭ ପ୍ରତିଶତ, ୭ ପ୍ରତିଶତ ଓ ୭.୫ ପ୍ରତିଶତ ରହିଛି । ୨୦୨୦ ଏପ୍ରିଲ୍‌ ପରଠାରୁ ପିପିଏଫ୍‌ ସୁଧରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ସେହି ସମୟରେ ଏହାର ସୁଧକୁ ୭.୯ ପ୍ରତିଶତରୁ ୭.୧ ପ୍ରତିଶତକୁ ହ୍ରାସ କରାଯାଇଥିଲା । ସରକାର ପ୍ରତି ତ୍ରୈମାସିକ ପାଇଁ ସ୍ୱଳ୍ପ ସଞ୍ଚୟ ସ୍କିମ୍‌ର ସୁଧ ହାର ଘୋଷଣା କରୁଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.