THE BYAPINI

୭ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ୧୪ ପ୍ରକଳ୍ପ

Get real time updates directly on you device, subscribe now.

ଭୁବନେଶ୍ବର:  ୧୨୭ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୧୭୧୩ ଦଶମିକ ୬୫ କୋଟି ଟଙ୍କାର ୧୪ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଧାତବ କ୍ଷେତ୍ର ଉପରେ ନିର୍ଭର କରୁଥିବା ଆନୁଷଙ୍ଗିକ ଶିଳ୍ପ, ଶକ୍ତି, ଔଷଧ, ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପର୍ୟ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ଅନେକ ପ୍ରକଳ୍ପକୁ ସବୁଜ ସଙ୍କେତ ଦିଆଯାଇଛି । ଏହାଦ୍ବାରା ୫ ହଜାର ୧୩୪ ନିଯୁକ୍ତି ସୃଷ୍ଟି ସମ୍ଭାବନାଥିବାବେଳେ ୭ଟି ଜିଲ୍ଲାର ଅର୍ଥନୈତିକ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ରହିବ ।

ଯାଜପୁରରେ ନିଓ ଇଣ୍ଡଷ୍ଟ୍ରିକ୍ ମେଟାଲ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡର ୭୨ କୋଟି ଟଙ୍କାର ପ୍ରକଳ୍ପ ସହିତ ରାଜ୍ୟରେ ଇସ୍ପାତ ଆନୁଷଙ୍ଗିକ ଉଦ୍ୟୋଗ କ୍ଷେତ୍ରରେ ବୃଦ୍ଧି ଘଟିବାକୁ ଯାଉଛି । ଦୁଇଟି ପର୍ୟ୍ୟାୟରେ ୧୬ ହଜାର ୟୁନିଟ୍ କ୍ଷମତା ବିଶିଷ୍ଟ ଇସ୍ପାତ ୟୁନିଟ୍ ପାଇଁ କ୍ରୋମ ପ୍ଲେଟିଂ, ଗ୍ରାଇଣ୍ଡିଂ ଓ ଟେକ୍ଟରି” କରାଯିବ । ଏହା ୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ଷ୍ଟେନଲେସ୍ ଷ୍ଟିଲ୍ ଆଣ୍ଡ ଫେରୋ ଆଲଏଜ୍ କ୍ଷେତ୍ରରେ ‘ଆନନ୍ଦ ଏକ୍ସପୋର୍ଟ ଯାଜପୁରରେ ଏହାର ବ୍ୟାପକ ସମ୍ପ୍ରସାରଣ ପାଇଁ ପଦକ୍ଷେପ ନେଇଛି ।

ଏହାଦ୍ବାରା ୨ ହଜାର ୮୨୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯାଜପୁରର କଳିଙ୍ଗ ନଗରରେ ଆସୋକା ସ୍କାଏ ମେଟାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ମେଟାଲ୍ ଡାଉନଷ୍ଟ୍ରିମ୍ ୟୁନିଟ୍ ସ୍ଥାପନ କରିବାକୁ ଯାଉଛି । ମହିନ୍ଦ୍ରା ହୋଲିଜେଜ୍ ଆଣ୍ଡ ରିସୋର୍ଟ ପ୍ରକଳ୍ପକୁ ଗଂଜାମ ଜିଲ୍ଲାରେ ବାହୁଡ଼ା ନଦୀ ମୁହାଣ ନିକଟ ସୋନାପୁର ବେଳାଭୂମିରେ ୨୨୮ ଦଶମିକ ୪୫ କୋଟି ଟଙ୍କା ବିନିଯୋଗ କରି ଏକ ଆକର୍ଷଣୀୟ ବିଳାସପୂର୍ଣ୍ଣ ରିସୋର୍ଟ ପ୍ରତିଷ୍ଠା କରିବା ନିମନ୍ତେ ଅନୁମୋଦନ ମିଳିଛି ।ଟିଏସ୍ ବିଚ୍ ରିସୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ୧୩୨ ଦଶମିକ ୧୬ କୋଟି ଟଙ୍କା ବିନିଯୋଗରେ ପୁରୀରେ ଏକ କନଭେନ୍ସନ୍ ସେଣ୍ଟର ଏବଂ ୪ ଟି ଷ୍ଟାର୍ ହୋଟେଲ୍ ସହିତ ଆତିଥେୟତା ପ୍ରଦାନ କ୍ଷେତ୍ରରେ ନୂତନ ଆକର୍ଷଣୀୟ ପରିକଳ୍ପନା ସୃଷ୍ଟି କରିଛି ।

ସେହିପରି ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ଯାଜପୁରରେ କ୍ୟାପ୍ତିଲ୍ ରୁଫ୍ ଟପ୍ ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ କରିବ । ଏସିକେମ୍ ରେମେଳି ପ୍ରାଇଭେଟ୍ ଲିମିଟେଡ୍ ପୁରୀର କୁର୍କିଠାରେ ଟ୍ୟାବଲେଟ୍, କ୍ୟାପସୁଲ୍, ମଲମ ଏବଂ ଲିକୁଇଡ୍ ଓରାଲ୍ ଉତ୍ପାଦନ କରି ଔଷଧ କ୍ଷେତ୍ରରେ କାର୍ୟ୍ୟ କରୁଛି । ବେଷ୍ଟ ପାୱାର ଇକ୍ସିପମେଣ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଖୋର୍ଦ୍ଧାରେ ୟୁପିଏସ ସିଷ୍ଟମ ଓ ବ୍ୟାଟେରୀ ଉତ୍ପାଦନ ପାଇଁ ଏକ ୟୁନିଟ୍ ସ୍ଥାପନ ପାଇଁ ଯୋଜନା କରାଯାଇଛି । ଓରିବାକେ ପ୍ରାଇଭେଟ୍ ଲିମିଟେଡ୍ କଟକ ଜିଲ୍ଲା ଟାଙ୍ଗୀ-ଚୌହାରଠାରେ ବିସ୍କୁଟ୍ ଏବଂ ଅନ୍ୟାନ୍ୟ ବେକ୍ଟ ଉତ୍ପାଦ ଉତ୍ପାଦନ ୟୁନିଟ୍ ସହିତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଉନ୍ନତି ଆଣିବାକୁ ଯାଉଛି । ଏହିପରି ମୋଟ ୧୪ଟି ଶିଳ୍ପକୁ ଅନୁମୋଦନ ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.