THE BYAPINI

ୱାଇଏସଆର କଂଗ୍ରେସ ଛାଡିଲେ ରାୟୁଡୁ

Get real time updates directly on you device, subscribe now.

ନୂଆଦିଲ୍ଲୀ:  ୱାଇଏସଆର କଂଗ୍ରେସ ଛାଡିଲେ ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ । ରାଜନୀତିରେ ପ୍ରବେଶ କରିବାର କିଛି ଦିନ ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି । କିଛି ଦିନ ପର୍ୟ୍ୟନ୍ତ ସେ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଥିବା କହିଛନ୍ତି । ଏନେଇ ଏକ୍ସରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ରାୟୁଡୁ । ଡିସେମ୍ବର ୨୮ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର  କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ଦଳରେ ସାମିଲ ହୋଇଥିଲେ ।•ଟ୍ବିଟ୍ କରି ଅମ୍ବାତି ରାୟୁଡୁ କହିଛନ୍ତି, ”ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ, ମୁଁ ୱାଇଏସଆର  କଂଗ୍ରେସ ପାର୍ଟି ଛାଡିବାକୁ ନିଷ୍ପତ୍ତି ନେଇଛି । କିଛି ଦିନ ପର୍ୟ୍ୟନ୍ତ ମୁଁ ରାଜନୀତିରୁ ଦୂରେଇ ରହିବାକୁ ଏପରି ନିଷ୍ପତ୍ତି ନେଇଛି । ଆଗାମୀ ପଦକ୍ଷେପ ବିଷୟରେ ପରବର୍ତ୍ତୀ ସମୟରେ ଅବଗତ କରାଯିବ, ଧନ୍ୟବାଦ ।”ଗତବର୍ଷ ଡିସେମ୍ବର ୨୮ ତାରିଖରେ ୱାଇଏସଆର କଂଗ୍ରେସ ପାର୍ଟିରେ ସାମିଲ ହୋଇଥିଲେ ଅମ୍ବାତି ରାୟୁଡୁ । କ୍ରିକେଟ ମଇଦାନ ଛାଡି ରାଜନୀତି ମଇଦାନକୁ ଓହ୍ଲାଇଥିଲେ । ଦଳରେ ଯୋଗଦେବା ପୂର୍ବରୁ ସେ ଏକାଧିକ ଥର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କୁ ଭେଟିଥିଲେ । ଏହାପରେ ସେ ଦଳରେ ଯୋଗଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦଳରେ ସାମିଲ ହୋଇଥିଲେ । ଏହାର ଠିକ ୯ ଦିନ ପରେ ଅର୍ଥାତ୍ ଆଜି (ଶନିବାର) ସେ ଦଳ ଛାଡିଛନ୍ତି । ଏପରି ନିଷ୍ପତ୍ତି କାହିଁକି ନେଲେ ରାୟୁଡୁ ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.