THE BYAPINI

ପହଚିଂଲା ଟିକା…ମେ’ ୩ରୁ ୧୮ ବର୍ଷରୁ ଅଧିକଙ୍କୁ ଦିଆଯିବ ଭ୍ୟାକସିନ

Get real time updates directly on you device, subscribe now.

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଓଡ଼ିଶାରେ ପହଞ୍ଚିଛି ଦେଢ ଲକ୍ଷ କୋଭାକ୍ସିନ ଟିକା । ରାଜ୍ୟ ସରକାର ଟିକା ଉତ୍ପାଦନକାରୀ କମ୍ପାନୀକୁ ଦେଇଥିବା ଅର୍ଡରର ପ୍ରଥମ କନ୍‌ଷ୍ଟାଇଣ୍ଟମେଣ୍ଟ ଭୁବନେଶ୍ୱରରେ ପହଞ୍ଚିଛି । ୧୮ରୁ ୪୪ ବର୍ଷ ବୟସ୍କଙ୍ଙ୍କୁ ଏହି ଟିକା ଦିଆଯିବ । ୩ ତାରିଖରୁ ଭୁବନେଶ୍ୱରରେ ଦିଆଯିବ ଏହି ଟିକା ।

ଆଜି ପ୍ରଥମ ଦଫାରେ କୋଭାକ୍ସିନ୍ ଟିକାର ଦେଢ଼ ଲକ୍ଷ ଡୋଜ୍ ଓଡ଼ିଶାରେ ପହଂଚିଛି। ଆଜି ରାତି ୯ଟାରେ ଏହି ଟିକା ପହଂଚିଛି । ଏହି ଟିକାକୁ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଥିବା ଲୋକଙ୍କୁ ପ୍ରଦାନ କରାଯିବ । ଯେଉର୍ମାନେକି ଟିକା ନେବା ନିମନ୍ତେ କୋୱିନ୍ ୱେବସାଇଟରେ ନିଜକୁ ପଞ୍ଜିକରଣ କରିଥିବେ ଓ ଏଥିପାଇଁ ସେମାନଙ୍କର ସ୍ଲଟ୍ ଆସନ୍ତା ମେ’ ୩ତାରିଖରୁ ଖୋଲାଯିବ।

୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ମଇ ୧ ତାରିଖରୁ ଆରମ୍ଭ ହେବାକୁ ଥିଲା । କିନ୍ତୁ ରାଜ୍ୟରେ ଏଥିଲାଗି ଆବଶ୍ୟକ ପରିମାଣର ଟିକା ନଥିବାରୁ ଟିକାକରଣ ନେଇ ଅନିଶ୍ଚିତତା ଦେଖାଦେଇଥିଲ । ମଇ ୧ରୁ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ହାେଇପାରିବ ନାହିଁ ବୋଲି ଶୁକ୍ରବାର ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ କହିଥିଲେ । ଶନିବାର ଓ ରବିବାର ସଟ୍‌ଡାଉନ୍ ମଧ୍ୟ ଏହାର ଅନ୍ୟ ଏକ କାରଣ ଥିଲା । କିନ୍ତୁ ଆଜି ଟିକା ପହଞ୍ଚିବା ପରେ ରାଜଧାନୀ ଭୁବନେଶ୍ୱରେ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ମଇ ୩ରୁ ହେବା ନିଶ୍ଚିତ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.