ମୈଦାନରେ ୧୦ ପ୍ରାର୍ଥୀ
ପିପିଲି ଉପନିର୍ବାଚନ ମୈଦାନରେ ୧୦ ପ୍ରାର୍ଥୀ । ଆଜି ପିପିିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ଥିଲା । ଯେଉଁଥିରେ ମୋଟ ଦଶଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଚୂଡାନ୍ତ ହୋଇଥିବା ସିିଇଓ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।୧୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେଥି ମଧ୍ୟରୁ ତିନି ଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଥିବା ବେଳେ ଦୁଇ ଜଣଙ୍କ ପାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି ।
ପିପିଲିରେ ମୋଟ ୨,୨୯, ୯୯୮ ଜଣ ଭୋଟ୍ର ରହିଛନ୍ତି । ଏମାନଙ୍କ ଭିତରୁ ୧୦୭୭ ଜଣ ପୋଷ୍ଟାଲ ବାଲାଟରେ ଭୋଟ୍ ଦେବେ । ଏଥିସହିତ ୯୦୯ ଜଣ ଭୋଟର ୮୦ ବର୍ଷରୁ ଅଧିକ ଏବଂ ୧୬୮ ଜଣ ଭିନ୍ନକ୍ଷମ ବୋଲି ସୂଚନା ଦିଆଯାଇଛି । ପିପିଲି ଉପନିର୍ବାଚନ ପାଇଁ ୬ ତାରିଖରୁ ବାଲାଟ୍ ଭୋଟ୍ ଆରମ୍ଭ ହୋଇ ୧୬ ତାରିଖ ପର୍ୟ୍ୟନ୍ତ ଚାଲିବ । ପିିପିଲି ଉପ ନିର୍ବାଚନ ପାଇଁ ମୋଟ ୪୨୩ଟି ବୁଥ୍ ହେବ । ଏହା ଭିତରୁ ୧୦୨ଟି ବୁଥକୁ କ୍ରିଟିକାଲ୍ ବୁଥ କରାଯାଇଛି । ତେବେ ଏଥର କୌଣସି ବୁଥରେ ଏକ ହଜାରରୁ ଅଧିକ ଭୋଟିଂ ହେବ ନାହିଁ । ପଚାଶ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୪୧୫ ଜଣ ନୂଆ ଭୋଟର ସାମିଲ୍ ହୋଇଛନ୍ତି । ଖୋଲାସ୍ଥାନରେ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସଭା ସମିତି କରାଯାଇ ପାରିବ । ସମ୍ମିଳନୀ କକ୍ଷରେ କ୍ଷମତାର ପଚାଶ ପ୍ରତିଶତ ଲୋକ ରହିପାରିବେ । ଏହାକୁ ନମାନିଲେ ଜିଲ୍ଲାପାଳ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନେଇପାରିବେ । ସମସ୍ତ ରାଜନୀତିକ ଦଳ କରୋନା ନିୟମ ଅନୁପାଳନ କରନ୍ତୁ ବୋଲି ସିଇଓ କହିଛନ୍ତି ।