THE BYAPINI

ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ,ଜଳିଗଲେ ୧୦ ରୋଗୀ

Get real time updates directly on you device, subscribe now.

ମହାରାଷ୍ଟ୍ର ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ । ଅହମ୍ମଦନଗର ଜିଲ୍ଲା ସ୍ଥିତ କୋଭିଡ୍ ହସ୍ପିଟାଲରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡ ଯୋଗୁ ୧୦ ଜଣ କୋଭିଡ୍ ଆକ୍ରାନ୍ତ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି। ଏନେଇ ଅହମ୍ମଦନଗର ଜିଲ୍ଲାପାଳ ରାଜେନ୍ଦ୍ର ଭୋସଲେ ସୂଚନା ଦେଇଛନ୍ତି। ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ହସ୍ପିଟାଲ୍‌ର କୋଭିଡ୍‌ ୱାର୍ଡରେ ଥିବା ଆଇସିୟୁରେ ନିଆଁ ଲାଗିଥିବା ଜଣାପଡ଼ିଛି ।
ଅଗ୍ନିକାଣ୍ଡରେ ୧୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଅଘଟଣ ପରେ ଅନ୍ୟମାନଙ୍କୁ ଅନ୍ୟ ଏକ ହସ୍ପିଟାଲ୍‌ର କୋଭିଡ୍‌ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି।
ତେବେ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ିନି। ଇଲେକ୍ଟ୍ରିକାଲ୍‌ ସର୍ଟ ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂଚନା ମିଳିଛି। ତେବେ ଏହାର ତଦନ୍ତ କରାଯିବ ବୋଲି ଜଣାପଡ଼ିଛି। ସର୍ଟ ସର୍କିଟ ଯୋଗୁଁ ଏପରି ଘଟିଥାଇପାରେ ବୋଲି କୁହାଯାଉଥିବାବେଳେ ଯାଞ୍ଚ ଆରମ୍ଭ କାରିଛି ପୋଲିସ ।

Get real time updates directly on you device, subscribe now.

Leave A Reply

Your email address will not be published.