THE BYAPINI

କାମ ଦେଉନି କି ଲକଡାଉନ?

Get real time updates directly on you device, subscribe now.

ଦିନକୁ ଦିନ ସାଂଘାତିକ ହେଉଛି ସ୍ଥିତି । ଭୟାବହ ରୂପ ନେଉଛି ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କରୋନା ଚେନ ଭାଙ୍ଗିବା ପାଇଁ ଲକଡାଉନ,ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ହେଲେ କାମ ଦେଉନି କଟକଣା । କଟକଣା ପରେ ବି ସଂକ୍ରମିତଙ୍କ ସଂଖ୍ୟା ସୁଅ ପରି ମାଡି ଚାଲିଛି । ହଟସ୍ପଟ ତାଲିକାରେ ଥିବା ଖୋର୍ଦ୍ଧାରୁ ପ୍ରତିଦିନ ହଜାର ଉପରେ ଆକ୍ରାନ୍ତ ଚିହ୍ଟ ହେଉଛନ୍ତି । ମୃତ୍ୟୁସଂଖ୍ୟା ମଧ୍ୟ ବଢିଚାଲିଛି । ଫଳରେ ଲୋକଙ୍କ ମନରେ ଏକ ଭୟର ବାତାବରଣ ଖେଳିଯାଇଛି ।

ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ୨୪ ଘଂଟାରେ ରାଜ୍ୟରେ ଆଜି ୧୦ ହଜାର ୫୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ବାଧତ୍କ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୫ହଜାର ୯୪୫ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍ ରହିଛି ୪ହଜାର ୫୭୬ । ସେହିପରି ସୁନ୍ଦରଗଡ଼ରୁ ୧୧୮୬, କଟକରୁ ୯୬୩, କଳାହାଣ୍ଡିରୁ ୫୭୧, ବରଗଡ଼ରୁ ୫୪୩, ସମ୍ବଲପୁରରୁ ୪୬୦, ନବରଙ୍ଗପୁରରୁ ୪୦୪, ଅନୁଗୁଳରୁ ୩୮୮, ଯାଜପୁରରୁ ୩୭୩, ପୁରୀରୁ ୩୧୯, ବଲାଙ୍ଗୀରରୁ ୩୧୪, ଝାରସୁଗୁଡ଼ାରୁ ୩୧୪, ନୂଆପଡ଼ାରୁ ୩୦୪, ମୟୂରଭଞ୍ଜରୁ ୨୮୮, ବୌଦ୍ଧରୁ ୨୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ନୟାଗଡ଼ରୁ ୨୨୪, ଜଗତସିଂହପୁରରୁ ୨୧୭, ଗଞ୍ଜାମରୁ ୧୯୬, କେନ୍ଦୁଝରରୁ ୧୯୪, କୋରାପୁଟରୁ ୧୮୨, ଭଦ୍ରକରୁ ୧୫୮, ରାୟଗଡ଼ାରୁ ୧୪୦, କେନ୍ଦ୍ରାପଡ଼ାରୁ ୧୨୧, ଗଜପତିରୁ ୧୧୩, ସୋନପୁରରୁ ୧୧୨, ବାଲେଶ୍ବରରୁ ୯୭, ଦେବଗଡ଼ରୁ ୮୮, ଢେଙ୍କାନାଳରୁ ୮୮, ମାଲକାନଗିରିରୁ ୮୩ ଓ କନ୍ଧମାଳରୁ ୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୦୦୧୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୧୫୮୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୧୬୪୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ କରୋନା ଯୋଗୁଁ ୨୧୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.