ବୟସ ଦେଖୁନି ମହାମାରୀ
ରାଜ୍ୟରେ ଚିନ୍ତା ବଢାଉଛି କରୋନା । ଛୋଟ ପିଲା ବି ବାଦ ପଡୁନାହାନ୍ତି ଏହି ମହାମାରୀରୁ । ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ କୋଭିଡ୍ ହସ୍ପିଟାଲ୍ରେ ଜଣେ ୧୦ବର୍ଷର ପିଲାର ମୃତ୍ୟୁ ଘଟିଛି। କରୋନାରେ ସଂକ୍ରମିତ ହୋଇ କୌଣସି ଶିଶୁ ପ୍ରାଣ ହରାଇବାରେ ଗଞ୍ଜାମ ଜିଲ୍ଲାରେ ଏହା ସର୍ବପ୍ରଥମ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଶିଶୁଟି ହେମୋଫିଲିଆ ଏବଂ କେଟୋସିସ୍ ରୋଗରେ ପୀଡ଼ିତ ଥାଇ ବହୁ ଦିନ ଧରି ଚିକିତ୍ସିତ ହେଉଥିଲେ ।
ବ୍ରହ୍ମପୁର ହାଉସିଂ ବୋର୍ଡର କୈଳାଶ ନାୟକ । ବୟସ ୧୦ବର୍ଷ ।ଶିଶୁଟି ହେମୋଫିଲିଆ ଏବଂ କେଟୋସିସ୍ ରୋଗରେ ପୀଡ଼ିତ ଥାଇ ବହୁ ଦିନ ଧରି ଚିକିତ୍ସିତ ହେଉଥିଲେ । ପିଲାଟି କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଅବସ୍ଥା ଗୁରୁତର ହେବାରୁ ରବିବାର ସକାଳେ ଏମ୍କେସିଜି ମେଡିକାଲ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଛି। ଜୀବନ ବଞ୍ଚାଇବା ପାଇଁ ଡାକ୍ତର ଅକ୍ଳାନ୍ତ ପରିଶ୍ରମ କରିଥିଲେ। କିନ୍ତୁ ଶିଶୁର ଜୀବନ ରକ୍ଷା କରାଯାଇ ପାରି ନଥିଲା ବୋଲି ଜିଲ୍ଲାପାଳ କହିଛନ୍ତି।
ଅବସ୍ଥା ଜଟିଳ ରହିଥିବାବେଳେ ଅକ୍ସିଜେନ୍ସ୍ତର ମଧ୍ୟ କମିଯାଇଥିଲା।ତାକୁ ୧୫ଲିଟର୍ ବିଶିଷ୍ଟ ଅକ୍ସିଜେନ୍ ସିଲିଣ୍ଡର୍ ଦିଆଯାଇଥିଲା। କିନ୍ତୁ ତାର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହୋଇ ନଥିଲା। ଶେଷରେ ତାର ମୃତ୍ୟୁ ଘଟିଥିଲା। କରୋନାରେ ଆକ୍ରାନ୍ତ ହୋଇ ୧୦ ବର୍ଷର ପିଲା ମୃତ୍ୟୁ ଘଟଣା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି।