ବୀମା କର..ଚାକିରୀ ନିଅ
ଜେଲଗଲେ କୋଟିପତି ପିଏସ ବିରଞ୍ଚି ସାହୁ । ରିମାଣ୍ଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ବିରଞ୍ଚି ସାହୁଙ୍କ ଘରୁ ଜବତ ହୋଇଥିବା ୧୧୪ ଆଡମିଟ୍ କାର୍ଡ ସେ କାହିଁକି ରଖିଥିଲେ ସେ ନେଇ ଯାଞ୍ଚ ଜାରି ରଖିଛି । ତେବେ ଏହି ଆଡମିଡ କାର୍ଡ ମଧ୍ୟରେ ୧୦୭ଜଣଙ୍କର ନାଁ କୌଣସି ମେରିଟ୍ ଲିଷ୍ଟରେ ନାହିଁ । ଆଉ ୭ଜଣଙ୍କର ସମ୍ପୂର୍ଣ୍ଣ ବିବରଣୀ ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ଭିଜିଲାନ୍ସ ଏସପି । ଏଥିସହ ୨୧ଜଣ ପ୍ରାର୍ଥୀ ବିରଞ୍ଚିଙ୍କ ପତ୍ନୀଙ୍କ ନାଁରେ ଚାଲିଥିବା ଏଜେଣ୍ଟ କୋଡରେ କାହିଁକି ଜୀବନବୀମା କରିଥିଲେ ସେ ନେଇ ତଦନ୍ତ ଜାରି ରହିଛି ବୋଲି ଏସପି ସୂଚନା ଦେଇଛନ୍ତି ।
ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଂଚ କରାଯାଉଥିବାବେଳେ ତାଙ୍କ ପତ୍ନୀ ୯ଶହ ଜଣଙ୍କ ପଲିସି କରିଥିବା ଜଣାଯାଇଛି । ସେଥି ମଧ୍ୟରୁ ୨୧ଜଣ କ୍ୟାଣ୍ଡିଡେଟ ପଲିସି କରିଛନ୍ତି । ବିରଞ୍ଚିଙ୍କ ଆୟବହିର୍ଭୂତ ସମ୍ପତ୍ତି ପରିମାଣ ୩ କୋଟି ୫୧ ଟଙ୍କା ହୋଇଥିବାବେଳେ ଏହା ପ୍ରକୃତ ସମ୍ପତ୍ତି ଠାରୁ ୨୬୮ ଗୁଣ ବୋଲି ଆକଳନ କରାଯାଇତାଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଂଚ କରାଯାଉଥିବାବେଳେ ତାଙ୍କ ପତ୍ନୀ ୯ଶହ ଜଣଙ୍କ ପଲିସି କରିଥିବା ଜଣାଯାଇଛି । ସେଥି ମଧ୍ୟରୁ ୨୧ଜଣ କ୍ୟାଣ୍ଡିଡେଟ ପଲିସି କରିଛନ୍ତି । ବିରଞ୍ଚିଙ୍କ ଆୟବହିର୍ଭୂତ ସମ୍ପତ୍ତି ପରିମାଣ ୩ କୋଟି ୫୧ ଟଙ୍କା ହୋଇଥିବାବେଳେ ଏହା ପ୍ରକୃତ ସମ୍ପତ୍ତି ଠାରୁ ୨୬୮ ଗୁଣ ବୋଲି ଆକଳନ କରାଯାଇଛି । ବିରଞ୍ଚିଙ୍କ ଅନେକଗୁଡିଏ ଅଣ୍ଡର ଭ୍ୟାଲୁ ପ୍ରପଟି ରହିଛି ବୋଲି ସୂଚନା ମିଳିଛି । ମନି ଲଣ୍ଡ୍ରିଙ୍ଗ ନେଇ ଇଡି ତଦନ୍ତ କରୁଛି, ସେ ଦିଗରେ ଭିଜିଲାନ୍ସ ବି ନଜର ରଖିଛି ।