THE BYAPINI

ବିଜେପିର ୧୨ ଘଣ୍ଟିଆ ବାରିପଦା ବନ୍ଦ

Get real time updates directly on you device, subscribe now.

ଆଜି ୧୨ ଘଣ୍ଟିଆ ବାରିପଦା ବନ୍ଦ ଡାକରା ଦେଇଛି ବିଜେପି । କଳାହାଣ୍ଡି ଜିଲ୍ଲା ବି ବନ୍ଦ ଡାକରା ଦିଆଯାଇଛି। ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦିନ ବିଜେପି କର୍ମୀଙ୍କୁ ମାଡ ମାରିଥିବା ସମସ୍ତଙ୍କୁ ଗିରଫ ଦାବି କରି ବନ୍ଦ ଡାକରା ଦେଇଛି ଭାରତୀୟ ଜନତା ପାର୍ଟି । ମୟୂରଭଞ୍ଜରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଥିବା ବେଳେ ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ କଳାହାଣ୍ଡିରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି ।
ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ପାଇଁ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି, ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଏବଂ ବିଶେଶ୍ୱର ଟୁଡୁଙ୍କୁ ପ୍ରଶାସନିକ ଅଧିକାରୀ ଅସମ୍ମାନ ଅଭିଯୋଗ ପ୍ରସଙ୍ଗକୁ ନେଇ ବିଜେପି ତାତିଛି।
ଅନ୍ୟପଟେ ଗତ ୨୨ତାରିଖରେ ମୁଖ୍ୟମନ୍ତ୍ରୀ ବାରିପଦା ଗସ୍ତରେ ଆସିଥିବାବେଳେ କିଛି ବିଜେପି କର୍ମୀ ନବୀନଙ୍କୁ କଳା ପତାକା ଦେଖାଇଥିଲେ । ଏହି ସମୟରେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେଡି କର୍ମୀ । ଏନେଇ ଥାନାରେ ୧୬ଜଣ ବିଜେଡି କର୍ମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲା ବିଜେପି । ବିଜେପି କର୍ମୀଙ୍କୁ ମାଡ ମାରିବା ଅଭିଯୋଗରେ ପୋଲିସ ଏପର୍ୟ୍ୟନ୍ତ ୨ଜଣଙ୍କୁ ଗିରଫ କରିଛି । କିନ୍ତୁ ଅନ୍ୟମାନଙ୍କୁ କାହିଁକି ଗିରଫ କରାଯାଇନାହିଁ ସେ ନେଇ ପ୍ରଶ୍ନ ଉଠାଇଛି ବିଜେପି ।
କଳାହାଣ୍ଡି ଜିଲ୍ଲାରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ବିରୋଧରେ ଏହି ବନ୍ଦ ପାଳନ କରାଯାଉଛି। ବନ୍ଦ ପାଳନ ଯୋଗୁ ଦୋକାନବଜାର,ଗାଡ଼ିମୋଟର ଚଳାଚଳ, ସରକାରୀ, ବେସରକାରୀ ଅନୁଷ୍ଠାନ ଇତ୍ୟାଦି ବନ୍ଦ ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.