କାଲି ୧୨ ଘଣ୍ଟିଆ କଟକ ବନ୍ଦ
ଆସନ୍ତାକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଲା ବିଜେପି । ଉଚ୍ଚତାକୁ ନେଇ ଉଠିଥିବା ବିବାଦ ପ୍ରସଙ୍ଗରେ ବନ୍ଦ ଡାକରା ଦେଇଛି ବିଜେପି । ସକାଳ ୬ରୁ ସନ୍ଧ୍ୟା ୬ ପର୍ୟ୍ୟନ୍ତ କଟକ ବନ୍ଦ ରହିବ । ବନ୍ଦ ଡାକରା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ସମୀର ଦେ ।
ବନ୍ଦ ଡାକରାରୁ ସମସ୍ତ ଜରୁରୀ ସେବା ବାଦ୍ ପଡ଼ିବ । ଏହି ବନ୍ଦ ଡାକରାରେ ସାମିଲ ହେବା ପାଇଁ ସାଧାରଣ ଲୋକ, ଶାନ୍ତି କମିଟି, ପୂଜା କମିଟିର କାର୍ୟ୍ୟକର୍ତ୍ତାଙ୍କୁ ଅପିଲ କରିଛନ୍ତି ସମୀର ଦେ । ଆସନ୍ତାକାଲି ହାଇକୋର୍ଟ ଠାରୁ ଆରମ୍ଭ କରି ମାଲଗୋଦାମ ଓ ଅନ୍ୟ ସମସ୍ତ ଅନୁଷ୍ଠାନ ବନ୍ଦ ରହିବ ।ସମୀର ଦେ କହିଛନ୍ତି କଟକର ମୁରବୀଙ୍କ ସମ୍ମାନ ଦୃଷ୍ଟିରୁ ବନ୍ଦ ଡାକରା ଦିଆଯାଇଛି ।
ଭାଇଚାରାର ସହରର କଟକର ଐତିହ୍ୟ, ସଂସ୍କୃତି, ପରମ୍ପରା ଭିନ୍ନ । ବର୍ଷ ସାରା ସରକାର ଶାସନ କରୁଥିବା ବେଳେ, ଗଣେଶ ପୂଜାରୁ କାର୍ତ୍ତିକେଶ୍ୱର ପୂଜା ପର୍ୟ୍ୟନ୍ତ ସାହିର ମୁରବୀମାନେ ଦାୟିତ୍ୱ ନିଅନ୍ତି । ହେଲେ ଦୁଭାର୍ଗର କଥା ସେମାନଙ୍କୁ ଭୁବନେଶ୍ୱର ଡକାଇ ଅପମାନ କରାଗଲା, ସରକାର ଅଭିଯୋଗ ଶୁଣିଲେ ନାହିଁ । ଯଦି ଶୁଣିବାର ନଥିଲା ତେବେ କାହିଁକି ତାଙ୍କୁ ଡାକିଥିଲେ । କଟକର ପୂଜା କମିଟି ଗୁଡ଼ିକ ପକ୍ଷରୁ ମୂର୍ତ୍ତିର ଉଚ୍ଚତା ବଢ଼ାଇବା ପାଇଁ ଅନୁରୋଧ କରାଯାଇଥିବା ବେଳେ ସରକାର ଏହାକୁ ୪ ଫୁଟ୍ରେ ରଖିବା ନିଷ୍ପତ୍ତିକୁ ଦୋହରାଇଛନ୍ତି ।