THE BYAPINI

ଜାଣନ୍ତୁ ମନ୍ତ୍ରୀପଦରୁ ଇସ୍ତଫା ଦେଲେ କେଉଁମାନେ?

Get real time updates directly on you device, subscribe now.

ମୋଦୀଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ୧୨ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଦୁଇ ହେଭିୱେଟ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କିଛିଦିନ ହେବ ଟୁଇଟର ବିବାଦକୁ ନେଇ ଅଡୁଆ ସ୍ଥିତିରେ ରହିଥିଲେ ରବିଶଙ୍କର । ତାଙ୍କ ସହିତ ଇସ୍ତଫା ଦେଇଥିବା ଅନ୍ୟ ବରିଷ୍ଠ ମନ୍ତ୍ରୀ ହେଉଛନ୍ତି ପ୍ରକାଶ ଜାଭଡେକର ।

ଏହାପୂର୍ବରୁ ୧୦ ଜଣ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ଡକ୍ଟର ହର୍ଷବର୍ଦ୍ଧନ, ପ୍ରତାପ ଷଡଙ୍ଗୀ, ସନ୍ତୋଷ ଗଙ୍ଗୱାର, ସଦାନନ୍ଦ ଗୌଡା, ବାବୁଲ ସୁପ୍ରିୟୋ, ଥାୱରଚାନ୍ଦ ଗେହଲଟ, ଦେବଶ୍ରୀ ଚୌଧୁରୀ,ରତନ ଲାଲ କଟାରିଆ ଅଛନ୍ତି । ସମସ୍ତଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ।

Get real time updates directly on you device, subscribe now.

Leave A Reply

Your email address will not be published.