THE BYAPINI

ପଶ୍ଚିମ ଓଡିଶା ଗଲେ ୧୨ ଓଏଏସ

Get real time updates directly on you device, subscribe now.

ରାଜ୍ୟରେ ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । କରୋନା ସଂକ୍ରମଣକୁ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ୧୨ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ୧୨ ଜଣ ବରିଷ୍ଠ ଓଏଏସ ଅଧିକାରୀ ପଶ୍ଚିମ ଓଡ଼ିଶା ଯାଇଛନ୍ତି ।ଏହି ଅଧିକାରୀମାନେ ତୁରନ୍ତ ସଂପୃକ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ ।

କରୋନା ମୁକାବିଲା ଓ ପରିଚାଳନାରେ ଜିଲ୍ଲାପାଳମାନଙ୍କୁ ସହଯୋଗ କରିବେ ୧୨ ଓଏଏସ । ନୂଆପଡ଼ା ଜିଲ୍ଲାକୁ ବିବେକାନନ୍ଦ ସାହୁ, ହେମନ୍ତ ସିଂହ ଓ ଶ୍ୱେତ କୁମାର ଦାସଙ୍କୁ ପଠାଯାଇଛି । ବଲାଙ୍ଗିର ଜିଲ୍ଲାକୁ ଅଯୋଧ୍ୟାକାନ୍ତ ଶତପଥୀ ଓ ଦିଲ୍ଲୀପ ମହାପାତ୍ରଙ୍କୁ ପଠାଯାଇଛି । ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲାକୁ ଦୁର୍ଗା ପ୍ରସାଦ ମହାପାତ୍ର ଓ ଧିରେନ୍ଦ୍ରନାଥ କରଙ୍କୁ ଓ ସମ୍ୱଲପୁର ଜିଲ୍ଲାକୁ ଗଲେ ମଧୁସୂଦନ ବେହେରା, ପ୍ରଭାତ ସାହୁ ଓ ସନ୍ତୋଷ ଦାସଙ୍କୁ ପଠାଯାଇଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାକୁ ଆଶିଷ ଜେନା ଏବଂ ଦେବାଶିଷ ପଟ୍ଟନାୟକଙ୍କୁ ପଠାଯାଇଛି । ତୁରନ୍ତ ଏସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରିପୋର୍ଟ କରିବାକୁ ଏମାନଙ୍କୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ସଂକ୍ରମଣ ସଂଖ୍ୟା ୬ ହଜାର ଉପରେ ରହୁଥିବା ବେଳେ ପଶ୍ଚିମଓଡିଶାରେ ସ୍ଥିତି ଅଧିକ ଖରାପ ରହିଛି । ପ୍ରତିଦିନ ଶହ ଶହ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ ସୀମାନ୍ତବର୍ତୀ ଜିଲ୍ଲା ଗୁଡିକରେ କେମିତି କରୋନା ନିୟନ୍ତ୍ରଣକୁ ଆସିବ ସେଥିପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ମାନ ନେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.