ରାଜ୍ୟରେ ୧୨୦୦ ଟପିଲା ଦୈନିକ ସଂକ୍ରମଣ
ରାଜ୍ୟରେ ଉପର ମୁହାଁ କରୋନା ସଂକ୍ରମଣ । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧୨୧୬ ଜଣ ସଂକ୍ରମିତ ।ଶୂନରୁ ୧୮ବର୍ଷ ମଧ୍ୟରେ ୧୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୭୧୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୦୬ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଚିନ୍ତା ବଢାଇଲାଣି ସୁନ୍ଦରଗଡ଼, ସମ୍ବଲପୁର ଓ କଟକ । ସୁନ୍ଦରଗଡ ୧୬୬, ଷ୍ଟେଟ ପୁଲ ୧୧୦, ସମ୍ୱଲପୁର ୯୯, କଟକ ୮୦ ଜଣ ଆକ୍ରାନ୍ତ ରହିଛନ୍ତି ।ସୁନ୍ଦରଗଡ଼ରୁ ୧୬୬ ଜଣ ଥିବା ବେଳେ, ଷ୍ଟେଟ୍ ପୁଲରୁ ୧୧୦, ସମ୍ବଲପୁରରୁ ୯୯, କଟକରୁ ୮୦, ଯାଜପୁରରୁ ୪୭, ମୟୂରଭଞ୍ଜରୁ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ାରୁ ୩୩, ପୁରୀରୁ ୩୦, କେନ୍ଦୁଝରରୁ ୨୫, ବରଗଡ଼ରୁ ୨୧, ବଲାଙ୍ଗୀରରୁ ୧୪, ଜଗତସିଂହପୁର ଓ ନବରଙ୍ଗପୁରରୁ ୧୩ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ଗଞ୍ଜାମରୁ ୯ ଜଣ ଲେଖାଏଁ, ଦେବଗଡ଼ ଓ ରାୟଗଡ଼ାରୁ ୮ ଜଣ ଲେଖାଏଁ, ଅନୁଗୁଳ ଓ ଭଦ୍ରକରୁ ୬ ଜଣ ଲେଖାଏଁ, ଢେଙ୍କାନାଳ ଓ କଳାହାଣ୍ଡିରୁ ୪ ଜଣ ଲେଖାଏଁ, କୋରାପୁଟ, ନୟାଗଡ଼ ଓ ସୋନପୁରରୁ ୩ ଜଣ ଲେଖାଏ, ନୂଆପଡ଼ା, ବଲେଶ୍ୱରରୁ ୨ ଜଣ ଲେଖାଏଁ, ବୌଦ୍ଧ ଓ ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ୧୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏପର୍ୟ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୫୭ ହଜାର ୮୭୬ ଜଣ କୋଭିଡରେ ଆକ୍ରାନ୍ତ ହୋଇଥିବା ବେଳେ, ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୫ ହଜାର ୩୭୬ ଜଣ । ବାକି ୩ ହଜାର ୯୮୧ ଜଣଙ୍କର ଚିକିତ୍ସା ଚାଲିଛି ।