THE BYAPINI

କାମ ଦେଉନି କଟକଣା..ବଢୁଛି ସଂକ୍ରମଣ

Get real time updates directly on you device, subscribe now.

ରାଜ୍ୟରେ ମଧ୍ୟ କରୋନା ଭୟଙ୍କର ହେବାରେ ଲାଗିଛି । ଦେଶରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ ରାଜ୍ୟରେ ମଧ୍ୟ ସ୍ଥିତି ଖରାପ ଆଡକୁ ଗତି କରୁଛି । ଗୋଟିଏ ଦିନରେ ରାଜ୍ୟରେ ହଜାରେ ଟପିଛି ସଂକ୍ରମଣ ସଂଖ୍ୟା । ତେବେ ସବୁଠି ଚିନ୍ତା ବଢାଇଛି ସୁନ୍ଦରଗଡ ଓ ଖୋର୍ଦ୍ଧା । ତେବେ ନାଇଟ କର୍ଫ୍ୟୁ,କଟକଣା ପରେ ମଧ୍ୟ ସୁନ୍ଦରଗଡରେ ଦିନକରେ ୨୦୦ ଟପିଛି ଆକ୍ରାନ୍ତଙ୍କ ସଖ୍ୟା ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୫୫ ଜଣ କ୍ଵାରାଣ୍ଟିନରେ ଥିବା ବେଳେ ୫୨୭ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ରୁ ସର୍ବାଧିକ ୨୨୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୯୨ ଓ କଳାହାଣ୍ଡିରୁ ୧୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ଼ ଜିଲ୍ଲାରୁ ୮୪ ଜଣ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ୮୨ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରୁ ୪୯ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦, ଭଦ୍ରକରୁ ୨୪, ବଲାଙ୍ଗୀରରୁ ୪୫, କଟକରୁ ୬୩, ଦେବଗଡ଼ରୁ ୩, ଢେଙ୍କାନାଳରୁ ୨, ଗଜପତିରୁ ଜଣେ, ଗଞ୍ଜାମରୁ ୩୨, ଜଗତସିଂହପୁରରୁ ୩, ଯାଜପୁରରୁ ୨୬, ଝାରସୁଗୁଡ଼ାରୁ ୩୬, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୬, କୋରାପୁଟରୁ ୮, ମୟୂରଭଞ୍ଜରୁ ୫୨, ନବରଙ୍ଗପୁରରୁ ୨୭, ନୟାଗଡ଼ରୁ ୧୦, ପୁରୀରୁ ୨୮, ରାୟଗଡ଼ାରୁ ୧୫ ଓ ସୋନପୁରରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ଏବେ ୩, ୪୬,୮୦୮। ଏମାନଙ୍କ ଭିତରୁ ୩,୩୮,୮୯୦ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୯୪୧ଜଣ ସକ୍ରିୟ ଅଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.