କୁମ୍ଭମେଳା ଫେରନ୍ତାଙ୍କ ପାଇଁ ବଢିଲା ଚିନ୍ତା
ଉତରାଖଣ୍ଡ କୁମ୍ଭମେଳାରେ କରୋନା ବିସ୍ଫୋରଣ ପରେ କୁମ୍ଭମେଳା ଫେରନ୍ତାଙ୍କ ପାଇଁ ବଢିଲା ଚିନ୍ତା । ଉତରାଖଣ୍ଡ କୁମ୍ଭମେଳାରୁ ଓଡିଶା ଫେରିଥିବା ଲୋକ ଆଣିପାରନ୍ତି ସମସ୍ୟା । କାରଣ କୁମ୍ଭମେଳାରୁ ଫେରିଥିବା କଟକର ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଟକ ରେଳ ଷ୍ଟେସନରେ ଯାଞ୍ଚ ବେଳେ ପଜିଟିଭ୍ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବରୁ ଛତିଶଗଡ ପାଇଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବା ବେଳେ ଏବେ କୁମ୍ଭମେଳା ଫେରନ୍ତାଙ୍କ ଆହୁରୀ ସଂକ୍ରମଣ ବ୍ୟାପିବାରେ । ଗତକାଲି କୁମ୍ଭମେଳାରୁ ଫେରିଥିବା ୩୦ ଜଣଙ୍କ ଆରଟିପିସିଆର ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୫ ଜଣ ପଜିଟିଭ ଅଛନ୍ତି । ସମସ୍ତ ପଜିଟିଭ୍ ଆକ୍ରାନ୍ତଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି।
ସେହିପରି ଆଜି ଆଉ ଦୁଇଟି ଟ୍ରେନରେ କୁମ୍ଭମେଳା ଫେରନ୍ତା ଆସିବେ । ସେମାନଙ୍କର ମଧ୍ୟ ପରୀକ୍ଷା କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି। ଏହାଛଡ଼ା କଟକ ରେଲୱେ ଷ୍ଟେସନରେ ଯେଉଁମାନେ ପହଞ୍ଚୁଛନ୍ତି, ସମସ୍ତଙ୍କର ଆରଟିପିସିଆର ରିପୋର୍ଟ ଦେଖାଯାଉଛି। ୭୨ ଘଣ୍ଟା ପୂର୍ବରୁ ଯେଉଁମାନଙ୍କର ଆରଟିପିସିଆର ରିପୋର୍ଟ ନେଗେଟିଭ୍ ରହିଛି, ସେମାନଙ୍କୁ ହିଁ ଷ୍ଟେସନ୍ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳୁଛି। ଯେଉଁମାନଙ୍କର ଆରଟିପିସିଆର ରିପୋର୍ଟ ନାହିଁ, ସେମାନଙ୍କର ଷ୍ଟେସନରେ ହିଁ ଉଭୟ ଆରଟିପିସିଆର ଓ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି।ଗତକାଲି ବି ପୁରୀରେ ୨୨ ଜଣ କୁମ୍ଭ ମେଳା ଫେରନ୍ତାଙ୍କ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୧୩ ଜଣ କୁମ୍ଭମେଳା ଫେରନ୍ତାଙ୍କ ରିପୋର୍ଟ ଆସିନାହିଁ।
ରାଜ୍ୟ ସରକାର କୁମ୍ଭମେଳା ଫେରନ୍ତାଙ୍କ ଉପରେ ତୀକ୍ଷଣ ନଜର ରଖିଥିଲେ । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ କୁମ୍ଭମେଳାରେ ସାମିଲ ହୋଇଯାଇଥିବା ଲୋକଙ୍କ ତାଲିକା ଦିଆଯାଇଥିଲା ।