THE BYAPINI

ଦିନକରେ ୧୪୫ ଓମିକ୍ରନ ଆକ୍ରାନ୍ତ

Get real time updates directly on you device, subscribe now.

ରାଜ୍ୟରେ ଆଉ ୧୪୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଇଏଲ୍‌ଏସ୍‌ ପକ୍ଷରୁ ଆଜି ସ୍ୱାସ୍ଥ୍ୟ ବିଭାଗକୁ ଦିଆଯାଇଛି ଏହି ସୂଚନା। ଏହା ସହିତ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୪୭କୁ ବୃଦ୍ଧି ପାଇଛି। ଜାନୁଆରୀ ୯ରୁ ୧୬ ତାରିଖ ମଧ୍ୟରେ ୨୪୯ଟି ନମୁନା ଜିନମ ସିକ୍ୟୁଏନ୍ସିଂ ପାଇଁ ଆସିଥିଲା। ସେଥିମଧ୍ୟରୁ ୧୪୫ଟିର ରିପୋର୍ଟ ପଜିଟିଭ୍ ଆସିଛି।
ଆଜି ସକାଳେ ଆସିଥିବା ରିପୋର୍ଟ ଅନୁଯାୟୀ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮,୯୬୧ରେ ପହଞ୍ଚିଥିଲା।ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୬୦୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୯୯୧ ଜଣ ଅଛନ୍ତି। ୧୧,୬୦୭ ଜଣଙ୍କ ମଧ୍ୟରୁ ୬,୭୨୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୮,୪୭୯ ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪,୩୪୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.