THE BYAPINI

ନକଲି ଡାକ୍ତରଙ୍କ ୧୭ ସ୍ତ୍ରୀ

Get real time updates directly on you device, subscribe now.

ନକଲି ଡାକ୍ତରଙ୍କ ୧୪ ନୁହେଁ ଅଛନ୍ତି ୧୭ ଜଣ ସ୍ତ୍ରୀ । ଗୌହାଟୀର ଜଣେ ଡାକ୍ତର, ଛତିଶଗଡର ଜଣେ ଚାର୍ଟାଡ ଆକାଉଣ୍ଟାଣ୍ଟ ଓ ଓଡିଶାର ଜଣେ ମହିଳାଙ୍କୁ କରିଛନ୍ତି ବିବାହ । ନକଲି ଡାକ୍ତରଙ୍କ ବିବାହ ତାଲିକା ଆହୁରି ଲମ୍ବିବା ସମ୍ଭାବନା ରହିଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ସମସ୍ତଙ୍କ ସହ ଯୋଗାଯୋଗ କରି ତଦନ୍ତ କରିବ ପୋଲିସ ।
ଠକିବା ଓ ମହିଳାଙ୍କ ଇଜ୍ଜତ ସହ ଖେଳିବା ଭଳି ଦଫା ଲାଗିବ । ତଦନ୍ତ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ । ଟିମରେ ମହିଳା ଆଇଆଇସିଙ୍କ ସହ ୨ ସବ ଇନ୍ସପେକ୍ଟର ରହିଛନ୍ତି । ଜଣେ ଏନଜିଓ କାଉନସିଲର ମଧ୍ୟ ଟିମରେ ରହିଛନ୍ତି ।
କେବଳ ସ୍ତ୍ରୀଙ୍କୁ ନୁହେଁ ଚାକିରି କରାଇଦେବା ନାଁରେ ସେ ବହୁ ଲୋକଙ୍କୁ ବି ଠକିଛନ୍ତି । ହାଠୁ କେତେ ଟଙ୍କା ସେ ନେଇଛନ୍ତି ଏନେଇ ଖୋଳତାଡ଼ ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ । ପ୍ରଥମେ ନକଲି ଡାକ୍ତରଙ୍କ ୧୪ ସ୍ତ୍ରୀ ଥିବା ସାମ୍ନାକୁ ଆସିଥିଲା । ଦେଶର ବିଭିନ୍ନ ରାଜ୍ୟରେ ଲୋକଙ୍କୁ ଚକମା ଦେଇ ସେ ମହିଳାଙ୍କୁ ବିବାହ କରିଥିଲେ । କୋଲାକାତା , ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀ , ଭୁବନେଶ୍ୱର ଭଳି ରାଜ୍ୟରୁ ବିଭିନ୍ନ ମହିଳାଙ୍କୁ ବିବାହ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.