THE BYAPINI

ଖୋଲିଲା ଆଉ ୨ଟି ଗେଟ୍

Get real time updates directly on you device, subscribe now.

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଡ଼୍ୟାମର ଖୋଲିଲା ଆଉ ଦୁଇଟି ଗେଟ । ଜଳ ସ୍ତର ବଢୁଥିବାରୁ ଆଉ ୨ଟି ଗେଟ୍ ଖୋଲାଯାଇଛି । ଏବେ ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି ।

ହୀରାକୁଦ୍ ଜଳ ଭଣ୍ଡାରକୁ ୧ ଲକ୍ଷ ୮୬ ହଜାର ୨୭୯ ଘନ ଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୧୬ହଜାର ୭୯୪ ଘନଫୁଟ୍ ଜଳ ନିଷ୍କାସିତ ହେଉଛି । ଜଳ ସ୍ତର ୬୨୯ ଦଶମିକ୍ ୫୮ ଫୁଟ୍ ରହିଛି । ଅନ୍ୟପଟେ ଆସନ୍ତା ୨୫ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ତଥା ତତ୍ ସଂଲଗ୍ନ ଉତର ପୂର୍ବ ବଙ୍ଗୋପସାଗର ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୬ ତାରିଖରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ ବୋଲି କୁହାଯାଉଛି ।
ଆଜି ରାଜ୍ୟର ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୋନପୁର, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.