THE BYAPINI

୭ ମାସରେ ୨୧୬ କୋଟି ଡୋଜ?

Get real time updates directly on you device, subscribe now.

ମହାମାରୀ ସଂକଟ ସମୟରେ କରୋନାକୁ ମାତ ଦେବାକୁ ହେଲେ ଅଧିକରୁ ଅଧିକରୁ ଲୋକଙ୍କ ଟିକାକରଣ ଆବଶ୍ୟକ । ହେଲେ ଟିକା ଅଭାବ ଯୋଗୁ ବିଭିନ୍ନ ରାଜ୍ୟକୁ ଆବଶ୍ୟକ ପରିମାଣର ଭ୍ୟାକସିନ ଯୋଗାଇହେଉନାହିଁ । ହେଲେ ଆଉ ଟିକା ସମସ୍ୟା ରହିବ ନାହିଁ । କାରଣ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଦେଶରେ ଥିବା କରୋନା ଟିକାର ଅଭାବ ଦୂର ହୋଇଯ଼ିବ । ଏହି ସମୟ ସୁଦ୍ଧା ଦେଶରେ ପ୍ରାୟ ୨୧୬ କୋଟି ଡୋଜ୍ ଟିକା ଉପଲବ୍ଧ ହୋଇଥିବା ଆଶା କରାଯ଼ାଉଛି ବୋଲି ସରକାରଙ୍କ କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡାକ୍ତର ଭି.କେ. ପଲ କହିଛନ୍ତି ।

ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨୧୬ କୋଟି ଟିକା ଦେଶରେ ଉପଲବ୍ଧ ହେବ। ଏହାସହ କୋଭିସିଲ୍ଡ, କୋଭାକ୍ସିନ ସହ ବହୁ ବିଦେଶୀ କଂପାନୀ ଟିକା ବି ମିଳିବ ବୋଲି ସରକାରଙ୍କ କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡାକ୍ତର ଭି.କେ. ପଲ ସ୍ପଷ୍ଟ କରିଛନ୍ତି। ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୭୫ କୋଟି କୋଭିସିଲ୍ଡ ଉପଲବ୍ଧ ଆକଳନ କରାଯାଇଛି। ସେହିପରି ଭାରତ ବାୟୋଟେକ ୫୫ କୋଟି ଟିକା ଯ଼ୋଗାଇବ । ସେହିପରି ଏବେ ୩ୟ ପର୍ୟ୍ୟାୟ ପରୀକ୍ଷଣ ସ୍ତରରେ ଥିବା ଟିକା ବାୟୟୋ ଇ ଓ କାର୍ଡିଲାର ଜାଇକୋଭ ଡି ଟିକା ଯ଼ଥାକ୍ରମେ ୩୦ କୋଟି ଓ ୫ କୋଟି ଟିକା ଉପଲବ୍ଧ ହେବ । ସିରମର ୨୦ କୋଟି ଡୋଜ୍ ନୋଭାଭାକ୍ସ ଟିକା ଓ ଭାରତ ବାୟୋଟେକର ୧୦ କୋଟି ନାଜାଲ ଭାକ୍ସିନ , ଜୋନାଭାର ୬ କୋଟି ଡୋଜ୍ ଟିକା ଓ ୧୫ କୋଟି ସ୍ପୁଟନିକ ଟିକା ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ଯେଉଁ କମ୍ପାନୀମାନେ କୋଭାକ୍ସିନ ଟିକା ଉତ୍ପାଦନ କରିବାକୁ ଚାହୁଁଛନ୍ତି, ସେମାନେ ଏକାଠି ହୁଅନ୍ତୁ। ସରକାର ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ସବୁ ପ୍ରକାରର ସହାୟତା ଯୋଗାଇ ଦେବେ। କୋଭାକ୍ସିନ ଟିକା ଉତ୍ପାଦନ କରିବାକୁ ଚାହୁଁଥିବା କମ୍ପାନୀଗୁଡ଼ିକୁ ଆମେ ସ୍ୱାଗତ କରିବୁ। ଏବେ ଅନେକ କମ୍ପାନୀଙ୍କ ପାଖରେ କୋଭାକ୍ସିନ ଟିକା ପ୍ରସ୍ତୁତ କରିବାକୁ ଲ୍ୟାବ ନାହିଁ। ତଥାପି ଯେଉଁମାନଙ୍କର ଲ୍ୟାବ ଅଛି, ସେମାନେ ଆଗକୁ ଆସନ୍ତୁ।

ସମଗ୍ର ବିଶ୍ବରେ ଯ଼େତେ ପରିମାଣର ଟିକା ଦିଆଯ଼ାଇଛି ତାହାର ୧୩ ପ୍ରତିଶତ ଟିକା ଭାରତରେ ଦିଆଯ଼ାଇଛି । ଭାରତରେ ଏପର୍ୟ୍ୟନ୍ତ ପ୍ରାୟ ୧୭.୭୨ କୋଟି ଟିକା ଦିଆଯ଼ାଇଛି ବୋଲି ଡାକ୍ତର ପଲ କହିଛନ୍ତି । ଏହାସହ ଆସନ୍ତା ସପ୍ତାହରେ ସ୍ପୁଟନିକ-ଭି ଟିକା ମାର୍କେଟରେ ମିଳିବ । ରୁଷରୁ ଆସୁଥିବା ସୀମତ ସଂଖ୍ୟକ ଟିକା ମାର୍କେଟରେ ମିଳିବା ସମ୍ଭାବନା ରହିଛି ବୋଲି ଶ୍ରୀ ପଲ୍ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.