ସପ୍ତାହକରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗୁଣ
ଦେଶରେ କରୋନା ସଂକମ୍ରଣ ଲଗାତର ୨ ହଜାର ଉପରେ ରହୁଛି ।। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସପ୍ତାହକରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯାଇଛି । ଏପ୍ରିଲ ୧୮ ରୁ ୨୪ ଭିତରେ ଦେଶରେ ୧୫ ହଜାର ୭୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୨ହଜାର ୫୪୧ ନୂଆ ଆକ୍ରାନ୍ତ ଚିହ୍ନଟ । ଦିନକରେ ୩୦ଜଣଙ୍କ ଜୀବନ ଯାଇଛି । ଦେଶରେ ଏବେ ମୋଟ ସଂଖ୍ୟା ୧୬ ହଜାର ୫୨୨ରେ ସକ୍ରିୟ ସଂକ୍ରମିତ ରହିଛନ୍ତି ।
ପୂର୍ବ ସପ୍ତାହରେ ସାରାଦେଶରୁ ୮ ହଜାର ୫୦ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହାକି ୯୫ ପ୍ରତିଶତ ଅଧିକ । ଲଗାତାର ଭାବେ ୧୧ ସପ୍ତାହ କମିବା ପରେ, ଏହା ହେଉଛି, ଦ୍ୱିତୀୟ ସପ୍ତାହ ଯେତେବେଳେ କି ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା । ଦିଲ୍ଳୀ, ୟରିୟାଣା, ଓ ଉତ୍ତରପ୍ରଦେଶରେ ସଂକ୍ରମଣ ସଂଖ୍ୟା ସବୁଠାରୁ ଅଧିକ ରହଛି ।