THE BYAPINI

୨୬ ମାଓବାଦୀ ମୃତ

Get real time updates directly on you device, subscribe now.

ମହାରାଷ୍ଟ୍ର ଗଡଚିରୋଲିରେ ଏନକାଉଣ୍ଟରରେ ୨୬ ମାଓବାଦୀ ମୃତ । ମହାରାଷ୍ଟ୍ର ପୋଲିସର ସି-୬୦ ୟୁନିଟ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨୬ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ୪ ଯବାନ ଆହତ ହୋଇଛନ୍ତି। ଗୁଳିବିନିମୟ ଗ୍ୟାରପଟି ଜଙ୍ଗଲରେ ଘଟିଛି।
ଗ୍ୟାରପଟି ଜଙ୍ଗଲ ସ୍ଥିତ ଧନୋରାରେ ପୋଲିସ ଦଳ ସର୍ଚ୍ଚ ଅପରେସନ ଚଳାଇଥିଲେ। ଏହି ସମୟରେ ମାଓବାଦୀ ଯବାନଙ୍କୁ ଦେଖିବା ମାତ୍ରେ ଗୁଳିମାଡ ଆରମ୍ଭ କରିଥିଲେ। ଏହା ପରେ ଯବାନ ପାଲଟା ଯବାବ ଦେଇଥିଲେ। ଫଳରେ ମାଓବାଦୀ ଛତ୍ରଭଙ୍ଗ ଦେଇ ଫେରାର ମାରିଥିଲେ। ହେଲେ ଗୁଳିବିନିମୟରେ ବଡ ସଂଖ୍ୟାରେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନା ମୁତାବକ ମୁମ୍ବାଇରୁ ୯୨୦ କିଲୋମିଟର ଦୂର ଦୂର ଜିଲ୍ଲାର ଗ୍ୟାରହବତୀ ବନାଞ୍ଚଳର ଧନୋରା ଠାରେ ଶନିବାର ଦିନ ପୋଲିସ ମାଓ ଦମନ ଅଭିଯାନ ଚଳାଇଥିଲା । ଏହି ସମୟରେ ନକ୍ସଲ ଓ ପୋଲିସଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା ଏଥିରେ ଏବେ ୨୬ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା କଥା କୁହାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.