୩ ବର୍ଷରେ ୨୮୨ ହାତୀଙ୍କ ମୃତ୍ୟୁ
ବିଧାନସଭାରେ ବିଧାୟକ ଗଣେଶ ରାମ ଖୁଣ୍ଟିଆ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ୨୦୧୮ରୁ ଏବେ ଯାଏଁ ରାଜ୍ୟରେ କେତେ ସଂଖ୍ୟକ ହାତୀ ଓ ବାଘର ମୃତ୍ୟୁ ହୋଇଛି ତାହାର ସବିଶେଷ ତଥ୍ୟ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ବିକ୍ରମ ଆରୁଖ । ବିଗତ ୩ ବର୍ଷରେ ୨୮୨ ହାତୀଙ୍କ ମୃତ୍ୟୁ ହୋଇଛି । ୨୦୨୦-୨୧ରେ ୭୭ ହାତୀଙ୍କ ମୃତ୍ୟୁ ହୋଇଛି । ୨୦୧୯-୨୦ରେ ୮୨ ହାତୀଙ୍କ ମୃତ୍ୟୁ ହୋଇଛି । ସେହିଭଳି ୨୦୧୮-୧୯ରେ ୯୩ ହାତୀଙ୍କ ମୃତ୍ୟୁ ହୋଇଛି । ୨୦୨୧-୨୨ରେ ଏଯାଏଁ ୩୦ ହାତୀଙ୍କର ମୃତ୍ୟୁ ହୋଇଛି ।
୭ଟି ହାତୀ ଶିକାରରେ ପ୍ରାଣ ହରାଇଥିବା ବେଳେ ବିଦ୍ୟୁତ ଆଘାତରେ ୪୩, ରେଳ ଦୁର୍ଘଟଣାରେ ୧୩, ରାସ୍ତା ଦୁର୍ଘଟଣାରେ ୪, ବିଭିନ୍ନ ରୋଗରେ ପଡି ୧୦୧, ପ୍ରାକୃତିକଜନିତ ୩୪, ଅନ୍ୟାନ୍ୟ ଦୁର୍ଘଟଣା କାରଣରୁ ୫୯ଟି ହାତୀ ମୃତ୍ୟୁବରଣ କରିଥିବା ବେଳେ ୨୧ଟି ହାତୀର ମୃତ୍ୟୁର କାରଣ ଜଣାପଡିନାହିଁ ।
ସେହିଭଳି ୨୦୧୮ରୁ ଏବେ ଯାଏଁ ମୋଟ ୧୭ଟି ବାଘ ପ୍ରାଣ ହରାଇଛନ୍ତି । ଯେଉଁଥିରେ ୧୫ଟି କଳରାପତରିଆ ବାଘଙ୍କର ଜୀବନ ଯାଇଥିବା ବେଳେ ୨ଟି ମହାବଳ ବାଘର ମୃତ୍ୟୁ ହୋଇଛି । ଗୋଟିଏ ମହାବଳ ବାଘ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ବାଘଟି ରୋଗରେ ମୃତ୍ୟୁବରଣ କରିଛି । ଅନ୍ୟପଟେ ୫ଟି କଲରାପତରିଆ ବାଘ ଶିକାରରେ ମରିଥିବା ବେଳେ ରେଳ ଦୁର୍ଘଟଣାରେ ୧, ପ୍ରାକୃତିକ ଉପାୟରେ ୨, ଅନ୍ୟାନ୍ୟ ରୋଗରେ ୪ କଲରାପତରିଆ ବାଘଙ୍କର ଜୀବନ ଯାଇଛି । ସେହିଭଳି ୩ଟି କଲରାପତରିଆ ବାଘର ମୃତ୍ୟୁର କାରଣ ଜଣାପଡିନାହିଁ ।