ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ଼..ସ୍ଥିତି ସାଂଘାତିକ
ରାଜ୍ୟରେ ସାଂଘାତିକ ରୂପ ନେଉଛି କରୋନା । ସଂକ୍ରମଣ ସଂଖ୍ୟା ଯେଭଳି ହୁ ହୁ ହୋଇ ବଢିବାରେ ଲାଗିଛି ରାଜ୍ୟବାସୀଙ୍କ ଚିନ୍ତା ବଢାଇଦେଇଛି । ରାଜ୍ୟରେ ୩ହଜାର ପାଖାପାଖି ପହଂଚିଛି ଦୈନିକ ସଂକ୍ରମଣ । ଗତ ୨୪ଘଂଟାରେ ରାଜ୍ୟରେ ୨ହଜାର ୯୮୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି । ତେବେ ସବୁ ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ । ସୁନ୍ଦରଗଡରୁ ଆଜି ରେକର୍ଡ ସଂଖ୍ୟକ ୬୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଗତ ୧୫ଦିନରେ ରାଜ୍ୟରୁ ୧୭ହଜାର ୪୨୫ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୬୩୧ଜଣ ପଜିଟିଭ ବାହାରିଥିବା ବେଳେ ଖୋର୍ଦ୍ଧାରୁ ୪୩୮ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୯ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଥିବା ବେଳେ ୬ଟି ଜିଲ୍ଲାରେ ୨୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ସେହିପରି ଅନୁଗୁଳରୁ ୪୮, ବାଲେଶ୍ୱରରୁ ୬୭, ବରଗଡରୁ ୧୨୦, ଭଦ୍ରକରୁ ୨୮, ବଲାଙ୍ଗିରରୁ ୯୩, ବୌଦ୍ଧ୧୦, କଟକରୁ ୨୦୮, ଦେବଗଡରୁ ୨୩, ଢେଙ୍କାନାଳରୁ ୨୧, ଗଜପତି ୧୫, ଗଞ୍ଜାମରୁ ୬୩, ଜଗତ୍ସିଂହପୁରରୁ ୨୪, ଜାଜପୁରରୁ ୫୧, ଝାରସୁଗୁଡାରୁ ୮୪, କନ୍ଧମାଳରୁ ୨୬୦, କନ୍ଧମାଳରୁ ୮, କେନ୍ଦ୍ରାପଡାରୁ ୧୧, କଳାହାଣ୍ଡିରୁ ୨୬୦, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୭୭, କୋରାପୁଟରୁ ୧୪ ଜଣ ରୋଗୀ ଚିହ୍ନଟ କରାଯାଇଛି।
୨୯୮୯ଟି ନୂଆ ଆକ୍ରାନ୍ତଙ୍କୁ ମିଶାଇବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୮,୩୪୨ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୪୧,୭୩୩ ସୁସ୍ଥ ହୋଇସାରିଲେଣି। ୧୪,୬୨୧ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୨ ଜଣଙ୍କ ଜୀବନ ଯିବା ସହିତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୩୫ ହୋଇଛି।