THE BYAPINI

ନକଲି ଔଷଧ ମାମଲାରେ ୩ ଗିରଫ

Get real time updates directly on you device, subscribe now.

କଟକ: ନକଲି କରୋନା ଔଷଧ କାରବାର ମାମଲାରେ ୩ ଗିରଫ । କ୍ରାଇମବ୍ରାଞ୍ଚ ଏସଟିଏଫ୍ ୩ ଜଣଙ୍କୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜଣେ ମେଡିଲଏଡ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ହୋଇଥିବା ବେଳେ ଅନ୍ୟ ୨ଜଣ କମ୍ପାନୀ କର୍ମଚାରୀ । ଗିରଫ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ପୋଲିସ୍ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ କରିଛି । ତେବେ ୩ ଜଣ ଗିରଫ ହେଲେ ବି କମ୍ପାନୀ ମୁଖ୍ୟ ଶିବ ଜେନା ଫେରାର ରହିଛି ।

କିଛିଦିନ ତଳେ କଟକରୁ ନକଲି ଫାଭିମାକ୍ସ-୨୦୦ ଓ ଫାଭିମାକ୍ସ ୪୦୦ ମେଡିସିନ୍ ଜବତ ହୋଇଥିଲା। ଯାହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପାଇବା ପରେ ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ତଦନ୍ତକାରୀ ଟିମ୍ ପହଞ୍ଚି ତନାଘନା କରୁଥିଲା। ଔଷଧ ନିଗମ ଯେଉଁସବୁ ସଂସ୍ଥାରୁ ଔଷଧ କିଣୁଛି ସେଥିରୁ ଅନେକ ବାରମ୍ବାର କଳାତାଲିକାଭୁକ୍ତ ହେଉଥିଲେ ବି ପୁଣି ସେମାନେ କିଭଳି ଭିନ୍ନ ନାମରେ ବା ପୂର୍ବନାମରେ ସରକାରଙ୍କୁ ଔଷଧ ଯୋଗାଉଛନ୍ତି ତାହା ପ୍ରଶ୍ନ ଉଠୁଛି । ଗତ ୪ ବର୍ଷରେ ପାଖାପାଖି ୪୦ଟି ଔଷଧ ଯୋଗାଣକାରୀ ସଂସ୍ଥା ନିମ୍ନମାନର କିମ୍ବା ନକଲି ଔଷଧ ଓଡିଶା ସରକାରଙ୍କୁ ଯୋଗାଇ ଧରାପଡିବା ପରେ କଳାତାଲିକାଭୁକ୍ତ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.