THE BYAPINI

ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ୩ ମୃତ

Get real time updates directly on you device, subscribe now.

ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ । ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଏକ ଟ୍ରକ୍ ପଛରେ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଶନିବାର ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା ବଡ଼ଚଣା ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା ।
ଆମ୍ବୁଲାନ୍ସଟି କଟକ ଅଭିମୁଖେ ଯାଉଥିଲା। ବଡ଼ଚଣା ନିକଟରେ ଏହା ଆଗରେ ଯାଉଥିବା ଏକ ଟ୍ରକ୍‌ର ଟାୟାର ଫାଟି ଯାଇଥିଲା। ଫଳରେ ଟ୍ରକ୍‌ଟି ଭାରସାମ୍ୟ ହରାଇଥିବା ବେଳେ ପଛରେ ଥିବା ଏହି ଆମ୍ବୁଲାନ୍ସଟି ଯାଇ ତା’ ପଛରେ ପିଟି ହୋଇଥିଲା। ଆମ୍ବୁଲାନ୍ସଟି ଏତେ ଜୋରରେ ପିଟି ହୋଇଥିଲା ଯେ ତାହା ଟ୍ରକ୍ ପଛରେ ଚାପି ହୋଇ ରହିଯାଇଥିଲା। ଚଣ୍ଡିଖୋଲରୁ ଅଗ୍ନିଶମ ବାହିନୀ ଆସି ଆମ୍ବୁଲାନ୍ସଟିକୁ ଟ୍ରକ୍‌ ପଛରୁ ବାହାର କରିଥିଲା। ଆମ୍ବୁଲାନ୍ସରେ ମୋଟ୍ ୫ ଜଣ ଥିବା ବେଳେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ରୋଗୀଙ୍କ ସମେତ ଆମ୍ବୁଲାନ୍ସର ଡ୍ରାଇଭର ଓ ଅନ୍ୟ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

Get real time updates directly on you device, subscribe now.

Leave A Reply

Your email address will not be published.