ହାର୍ଡକୋର ମାଓବାଦୀଙ୍କ ସରେଣ୍ଡର
ଡ଼ିଜିପି ଅଭୟଙ୍କ ଉପସ୍ଥିତିରେ ଆଜି ୩ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । କୋରାପୁଟ ଓ ମାଲକାନଗିରି ଗସ୍ତ ବେଳେ ୨ ଜଣ ଏରିଆ କମିଟି ମେମ୍ବର ଓ ଜଣେ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି । ୨ ଏରିଆ କମିଟିଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁର ପୁରସ୍କାର ରାଶି ରହିଥିଲା । ଆତ୍ମସମର୍ପଣ କରିଥିବା ୩ ମାଓବାଦୀ ଓଡ଼ିଆ ।
ମାଲକାନଗିରି ଏସପିଙ୍କ କାର୍ୟ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଥିବା ୨ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର । ସବିତା ନାଁରେ ୨ ଲକ୍ଷ ଓ ରାଇଧର ନାଁରେ ଲକ୍ଷେ ଟଙ୍କା ପୁରସ୍କାର ଥିଲା । ମାଓ କ୍ୟାମ୍ପରେ ବହୁ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବାରୁ ସେହି ଭୟରେ ଏମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।
ଡ଼ିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀଙ୍କ ବୈପାରିଗୁଡ଼ା ଏରିଆ କମିଟିର ହାର୍ଡ଼ କୋର ମାଓନେତ୍ରୀ ତାଲସେ ହୁଇକା । ତାଳସେ ହୁଇକା ନାଁରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ତାଲସେର ଘର ନାରାୟଣ ପାଟଣା ବ୍ଲକରେ । ସେ ୧୩ ବର୍ଷ ବୟସରେ ନକ୍ସଲଙ୍କ ଜନ ନାଟ୍ୟ ମଣ୍ଡଳୀ ଦ୍ୱାରା ପ୍ରଭାବିତ ହୋଇ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ ।