କରୋନାରୁ ସୁସ୍ଥ ହେବାର ତିନି ମାସ ପରେ ନେଇପାରିବେ ପ୍ରିକସନ୍ ଡୋଜ୍ । କରୋନା ଟିକା ସହ ପ୍ରିକସନ୍ ଡୋଜ୍ ନେଇପାରିବେ । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛି ଏନଏଚଏମ୍ ବା ଜାତୀୟ ସ୍ୱାସ୍ଥ୍ୟ ମିଶନ ।
ଏବେ କେବଳ ୬୦ ବର୍ଷରୁ ଅଧିକ ବୟସ୍କ, ଏକାଧିକ ରୋଗରେ ପୀଡ଼ିତ ରୋଗ. ସ୍ୱାସ୍ଥ୍ୟକର୍ମୀ ଓ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ୍ ଦିଆଯାଉଛି । ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ବୁଷ୍ଟର ଡୋଜ୍ ଦିଆଯାଉଛି । ଜାନୁଆରୀ ୩ ତାରିଖରୁ ଦେଶରେ ପ୍ରିକସନ୍ ଡୋଜ୍ ଦେବା ଆରମ୍ଭ ହୋଇଛି । ଉପଯୁକ୍ତ ବ୍ୟକ୍ତି ବୁଷ୍ଟର ଡୋଜ୍ ନେବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।