THE BYAPINI

ଦେଶରେ ମାଡିଲାଣି ମୃତ୍ୟୁ

Get real time updates directly on you device, subscribe now.

ସାରା ଦେଶରେ ବ୍ରେକ ଫେଲ ହୋଇଛି କରୋନା । ନିୟନ୍ତ୍ରଣ ବାହାରେ ସଂକ୍ରମଣ । ସବୁଆଡେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । କେଉଁଠି ବେଡ଼ ନାହିଁ ତ, କେଉଁଠି ଅକ୍ସିଜେନ ଅଭାବ । ଆଉ କେଉଁଠି ମେଡିକାଲ ବାରଣ୍ଡାରେ ପଡିରହିଛି ରୋଗୀ । ପ୍ରତିଦିନ ଦେଶର ବିଭିନ୍ନ ରାଜ୍ୟରୁ କରୋନାର ଏଭଳି କରୁଣ ଚିତ୍ର ଆସୁଛି ଯାହା ଦେଖିଲେ ବା ଶୁଣିଲେ ଲୋମଟାଙ୍କୁରି ଉଠିବ । ଦୈନିକ ସଂକ୍ରମଣ ସହ ମୃତ୍ୟୁ ମଧ୍ୟ ତାଳଦେଇ ବଢ଼ିବା ଆରମ୍ଭ ହେଲାଣି।ସ୍ଥିତି ଦିନକୁ ଦିନ ବେକାବୁ ହେଉଥିବା ବେଳେ ଲୋକଙ୍କ ମନରେ ଭୟ ମଧ୍ୟ ସୃଷ୍ଟି ହେଲାଣି। ଭାରତରେ ଦୈନିକ ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୩ଲକ୍ଷ ଉପରେ ଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୩ ହଜାର ଟପିଛି ।

ସୁଅ ପରି ମାଡି ଚାଲିଛି ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ସହ ତାଳଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଗତ ୨୪ ଘଂଟାରେ ଦେଶରେ ୩,୬୦,୯୬୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ କରୋନା ସଂକ୍ରମିିତଙ୍କ ସଂଖ୍ୟା ୧ କୋଟି ୭୯ ଲକ୍ଷ ୯୭ ହଜାର ୨୬୭ ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୧ କୋଟି ୪୮ ଲକ୍ଷ ୧୭ ହଜାର ୩୭୧ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ କେସ୍ ସଂଖ୍ୟା ୨୯ ଲକ୍ଷ ୭୮ ହଜାର ୭୦୯ ରହିଛି । ଏହା ସହ କରୋନାରେ ମୃତ୍ୟୁ ସଂଖ୍ୟା ୩ ହଜାର ଟପିଛି । ଦିନକରେ ୩୨୯୩ ଲୋକଙ୍କ ଜୀବନ ନେଇଛି ମହାମାରୀ । କରୋନା ଦେଶରେ ପ୍ରବେଶ କରିବା ଦିନଠାରୁ ଏହା ସର୍ବାଧିକ। ସେହିପରି ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ପାର କରି ଯାଇଛି।

ଭାରତରେ କରୋନା ସ୍ଥିତି ଆଗକୁ ଆହୁରି ସାଂଘାତିକ ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ମେ’ ମାସ ମଧ୍ୟ ଭାଗରେ କରୋନାର ତା’ର ସର୍ବାଧିକ ଗତି ଦେଖାଇବ। ଏହି ସମୟରେ ଦୈନିକ ମୃତ୍ୟୁସଂଖ୍ୟା ୫ ହଜାର ପାର କରିବ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ସେପଟେ ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୮୯୫ ଜଣ ପ୍ରାଣ ହରାଇଥିବା ବେଳେ ଦିଲ୍ଲୀରେ ୩୮୦ ଜଣଙ୍କ ଜୀବନ ଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.