ହଟସ୍ପଟ ପାଲଟିଲାଣି ଖୋର୍ଦ୍ଧା!
ରାଜ୍ୟରେ ଚିନ୍ତା ବଢାଇଛି କରୋନା ସଂକ୍ରମଣ । ଯେପରି ଭାବେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ପୁଣି ଫେରିଛି ଭୟ । ଲମ୍ବା ଡିଆଁ ମାରି ୨୪ ଘଂଟାରେ ୪୦୦ ପାଖାପାଖି ପହଚିଁଛି ସଂକ୍ରମଣ ସଂଖ୍ୟା । ଦିନକକରେ ୩୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ରହିଛନ୍ତି ସର୍ବାଧିକ ଆକ୍ରାନ୍ତ । ଯାହା ପ୍ରଶାସନର ନିଦ ହଜାଇଦେଇଛି ।
ପୁଣି ହଟସ୍ପଟ ପାଲଟିବ କି ଖୋର୍ଦ୍ଧା । ୩୯୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବେଳଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଖୋର୍ଦ୍ଧାରେ ସଂକ୍ରମଣ ବୃଦ୍ଧିି ଚିନ୍ତାଜନକ । ସେହିପରି ୧୨ ଜିଲ୍ଲ ।ରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ବିଶିଷ୍ଟ ରହିଛି । କଳାହାଣ୍ଡି ଜିଲ୍ଲାରୁ ୪୩, ନୂଆପଡ଼ା ଜିଲ୍ଲାରୁ ୪୦, ବରଗଡ଼ ଜିଲ୍ଲାରୁ ୩୪, ସୁନ୍ଦରଗଡ଼ରୁ ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲାରୁ ୨୭, ଅନୁଗୁଳରୁ ୨୪, ମୟୂରଭଞ୍ଜ ଜିଲ୍ଲାରୁ ୧୯, ସମ୍ବଲପୁର ଜିଲ୍ଲାରୁ ୧୪, ପୁରୀ ଜିଲ୍ଲାରୁ ୧୨, ବଲାଙ୍ଗିର ଜିଲ୍ଲାରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ ଷ୍ଟେଟପୁଲରୁ ୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି।
ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୧୧୧ରେ ପହଞ୍ଚିଛି । ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୭ ହଜାର ୦୯୧ ଜଣ । ଏବେ ବି ସକ୍ରିୟ ଅଛନ୍ତି ୨୨୪୬ ଜଣ ।