THE BYAPINI

ଡେରି ହୋଇପାରେ ଟିକାକରଣ!

Get real time updates directly on you device, subscribe now.

ରାଜ୍ୟସରକାର ମେ ପହିଲାରୁ ୧୮ ବର୍ଷରୁ ଅଧିକଙ୍କୁ ମାଗଣା ଟିକାକରଣ ପାଇଁ ଘୋଷଣା କରିଛନ୍ତି । ହେଲେ ଏବେ ଅନିଶ୍ଚିତତା ଘେରରେ ଟିକାକରଣ । କାରଣ ରାଜ୍ୟରେ ଟିକାକରଣ ନେଇ ଆବଶ୍ୟକ ଟିକା ନାହିଁ । ଏପରିକି ମେ ମାସରେ କୋଭିଡସିଲ୍ଡ ଟିକା ପହଁଚିବା ସମ୍ଭାବନା କ୍ଷୀଣ ରହିଛି । ତେଣୁ ତୃତୀୟ ପର୍ଯ୍ୟାୟ ଟିକାକରଣରେ ବିଳମ୍ବ ହୋଇପାରେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଆଶଙ୍କା କରିଛନ୍ତି ।

ଘୁଂଚିପାରେ ତୃତୀୟ ପର୍ଯ୍ୟାୟ ଟିକାକରଣ । ଟିକା ଆସିବାରେ ବିଳମ୍ବ ହେଉଥିବାରୁ ଟିକାକରଣକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ମେ ମାସ ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ ଆସିପାରେ । କିନ୍ତୁ କୋଭିସିଲ୍ଡ ଟିକା ପହଁଚିପାରିବ କି ନାହିଁ କହିହେବ ନାହିଁ । ତୃତୀୟ ପର୍ୟ୍ୟାୟ ଟିକାରଣ ପାଇଁ ଆସନ୍ତାକାଲିଠାରୁ ପଞ୍ଜିକରଣ ଆରମ୍ଭ ହେବ । କୋୱିନ ଆପକୁ ଯାଇ ସମସ୍ତେ ପଞ୍ଜିକରଣ କରିପାରିବେ । କିନ୍ତୁ ଏବେ ସ୍ଲଟ ଅଫ୍ ଆପଏଂଟମେଂଟ ମିଳିବ ନାହିଁ । ଯେବେ ଟିକା ଉପଲବ୍ଧ ହେବ ସେହି ଅନୁସାରେ ସ୍ଲଟ ଦିଆଯିବ । ସେହି ଅନୁସାରେ ପଞ୍ଜିକୃତ ନାଗରୀକ ଟିକା ନେବେ ।

ବର୍ତ୍ତମାନ ଯେତିକି ଟିକା ଅଛି ତାହା ୨, ୩ ଦିନ ଯିବ । ଗତକାଲି ୫୯୫ କେନ୍ଦ୍ରରେ ଟିକାକରଣ ହୋଇଥିଲା । ୮୮ହଜାର ୭୭୦ ଜଣଙ୍କୁ ଟିକା ଦିଆହୋଇଛି । ବର୍ତ୍ତମାନ ସୁଦ୍ଧା ୫୬ ଲକ୍ଷ ୩୯ ହଜାର ୧୫୦ ଡୋଜ ଦିଆଯାଇଛି । ଆଜି ବି ୬୦୦ କେନ୍ଦ୍ରରେ ଟିକାକରଣ ଚାଲିଛି । ରାଜ୍ୟରେ ବର୍ତ୍ତମାନ ୧.୨୩ କୋଭିସିଲିଡ଼ ଟିକା ରହିଛି ଆଉ କୋଭାକସିନ ଟିକା ୩ ଲକ୍ଷ ୬୫ ହଜାର ଅଛି । କୋଭିସିଲିଡ଼ ଟିକା ପାଇଁ ଗତକାଲି ଚିଠି ଲେଖାଯାଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

Get real time updates directly on you device, subscribe now.

Leave A Reply

Your email address will not be published.