କଲବଲ କରିବ କରୋନା ! ଆସିବ ୩ୟ ଲହର
କରୋନା ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ଆସିବ ତୃତୀୟ ଲହର । ଆହୁରି କଲବଲ କରି ମାରିବ କରୋନା । ମାନବଜାତିକୁ ପୁଣି ଥରେ ମହାମାରୀ ମୃତ୍ୟୁର ମୁହଁକୁ ଠେଲିଦେବ । କାରଣ ଦେଶକୁ ଆସିବ କରୋନାର ୩ୟ ଲହର । ୨ୟ ଲହରର ଦାରୁଣ ଦୁଃଖ ଦେଶ ଭୋଗି ଚାଲିଥିବା ବେଳେ ଏବେ ପୁଣି ୩ୟ ଲହରର ଆସିବାର ଖବର ସମସ୍ତଙ୍କୁ ଛାନିଆ କରିଛି ।

କରୋନାର ତୃତୀୟ ଲହର ନିଶ୍ଚୟ ଆସିବ । ଭୟଙ୍କର ପରିସ୍ଥିତି ଦେଇ ଏବେ ସାରା ଦେଶ ଗତିକରୁଥିବା ବେଳେ ଏମିତି ଏକ ନିଶ୍ୱାସ ଅଟକିଲା ଭଳି ଖବର ଦେଇଛନ୍ତି କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା । ଯଦିଓ ତୃତୀୟ ଲହର କେବେ ଆସିବ, କେତେବେଳେ ଆସିବ କେତେ ଭୟଙ୍କର ହେବ ତାହା ସ୍ପଷ୍ଟ ହୋଇନି । ମାତ୍ର ୩ୟ ଲହର ନିଶ୍ଚିତ ଆସିବ । ତେଣୁ ନୂଆ ଲହର ଆସିବା ପୂର୍ବରୁ ସରକାର ତାର ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ । ୨ୟ ଲହରରେ ଦେଶ ଯେଉଁ ଦୁର୍ଦ୍ଦଶା ଦେଇ ଗତି କରୁଛି, ଯେଉଁ ଅଭାବ ଭିତରେ ଆଗଉଛି ତାହା ଯେମିତି ୩ୟ ଲହରରେ ରିପିଟ ନହେଉ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ ବୋଲି କହିଛନ୍ତି କେ. ବିଜୟ ରାଘବନ ।

ତେବେ ୩ୟ ଲହର ଆଶଙ୍କା ବଢିଥିବା ବେଳେ ୨ୟ ଲହରର ସଂକ୍ରମଣ ରୋକିବାକୁ ଲକଡାଉନର ଆବଶ୍ୟକତା ରହିଛି । ଲକଡାଉନ ନକଲେ ସଂକ୍ରମଣ ରୋକିବା ମୁସକିଲ ହୋଇଯିବ । ତାଲାବନ୍ଦ ସପକ୍ଷରେ ନୀତି ଆୟୋଗ ପୁଣି ନତ ଦେବା ପରେ ମୋଦି ସରକାରଙ୍କ ଉପରେ ଚାପ ପଡୁଛି । ରାଜ୍ୟମାନେ ଲକଡାଉନ କରୁଥିବାରୁ କେନ୍ଦ୍ର ସରକାର ଲକଡାଉନ କରିବାକୁ ଅମଙ୍ଗ ଥିଲେ । ୨ୟ ଲହରରେ ଲକଡାଉନ ସପକ୍ଷରେ ନଥିଲେ କେନ୍ଦ୍ର ସରକାର । ମାତ୍ର ଏବେ ଲକଡାଉନ ହିଁ ଶେଷ ବିକଳ୍ପ ବୋଲି ବିଚାର କରାଯାଉଛି ।