THE BYAPINI

କୋଟିଏ ଟଙ୍କାର ବ୍ରାଉନସୁଗାର

Get real time updates directly on you device, subscribe now.

ଭଦ୍ରକ: ଧଳାଜହର ରାକେଟର ପର୍ଦ୍ଦାଫାଶ । ଭଦ୍ରକରେ ବଡ଼ ଧରଣର ବ୍ରାଉନସୁଗାର ରାକେଟର ପର୍ଦ୍ଦାଫାଶ କରିଛି ପୁଲିସ । ଏକ ଅଟୋରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଭଦ୍ରକ ଗ୍ରାମାଂଚଳ ପୋଲିସ୍ । ଏକ ଅଟୋ ଯୋଗେ ଏକ କିଲୋ ୯୦ ଗ୍ରାମ ବ୍ରାଉନସୁଗାର ଜଳେଶ୍ୱର ଚାଲାଣ ହେଉଥିବା ବେଳେ ଜବତ କରିଥିଲା ପୋଲିସ୍ । ଯାହାର ଆନୁମାନିକ ମଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ । ଚରମ୍ପା ନିକଟସ୍ଥ ଧାମରା ରେଳ ଓଭର ବ୍ରିଜ ନିକଟରୁ ଗ୍ରାମାଂଚଳ ପୋଲିସ୍ ଏହି ଅଟୋକୁ ଅଟାଇଥିଲା । ଯାଞ୍ଚ ସମୟରେ ଅଟୋ ଭିତରୁ ଏକ କିଲୋରୁ ଅଧିକ ବ୍ରାଉନସୁଗାର ଜବତ କରାଯାଇଥିଲା, ଏହାସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ୍ ।

Get real time updates directly on you device, subscribe now.

Leave A Reply

Your email address will not be published.