THE BYAPINI

ଟେଷ୍ଟିଂ ବଢୁଛି, ସଂକ୍ରମଣ ବଢୁଛି

Get real time updates directly on you device, subscribe now.

ମାଡି ଚାଲିଛି ମହାମାରୀ । ରାଜ୍ୟରେ ଟେଷ୍ଟିଂ ବଢିବା ସହ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ସ୍ଥିତି ଅସମ୍ଭାଳ ହୋଇପଡିଛି । କାମ ଦେଉନି କଟକଣା । ନାଇଟକର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ ପରେ ବି ନିୟନ୍ତ୍ରଣ ବାହାରେ ସଂକ୍ରମଣ । ଗୁରୁବାର ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିବା ବେଳେ ଶୁକ୍ରବାର ପୁଣି ଏହା ବୃଦ୍ଧି ପାଇଛି।

ଟେଷ୍ଟିଂ ବଢୁଛି , ସଂକ୍ରମଣ ବଢୁଛି । ଗତ ୨୪ ଘଂଟାରେ ୪୫ ହଜାର ୪୫୨ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୮ ହଜାର ୬୮୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଂଟାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧର୍ାରୁ ସର୍ବାଧିକ ୧୪୦୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୭୪୫, କଟକରୁ ୫୭୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୧୪ ଜଣଙ୍କ ମୃତକ ହେଉଛନ୍ତି, କୋରାପୁଟ ଓ ସୁନ୍ଦରଗଡ଼ରୁ ସର୍ବାଧିକ ୩ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି । ସେହିପରି ଖୋର୍ଦ୍ଧା ଓ ରାୟଗଡ଼ା ଜିଲ୍ଲାରୁ ୨ ଲେଖାଏଁ ଓ ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର ଓ ସମ୍ବଲପୁରର ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୪୪ହଜାର ୧୯୪କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୩,୮୦,୪୦୦ ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୧ହଜାର ୬୯୮ରହିଛି । ସେହିପରି ରାଜ୍ୟରେ ଗତ ୨୪ଘଂଟା ଭିତରେ ୧୪ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨ହଜାର ୪୩କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.