THE BYAPINI

ଜାଣନ୍ତୁ କେଉଁ ରାଜ୍ୟରେ ଲାଗୁ ହେବ ୧୪ ଦିନିଆ ଲକଡାଉନ

Get real time updates directly on you device, subscribe now.

କରୋନା ସଂକ୍ରମଣକୁ ଆଖି ଆଗରେ ରଖି କର୍ଣ୍ଣାଟକ ସରକାର ବଡ଼ ନିଷ୍ପତି ନେଇଛନ୍ତି । ର୍ଣ୍ଣାଟକ ମୁଖମନ୍ତ୍ରୀ ବିଏସ୍ ୟେଦୁରପ୍ପା କର୍ଣ୍ଣାଟକରେ ୧୪ ଦିନିଆ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ଆସନ୍ତାକାଲି ରାତିରୁ ପୂରା କର୍ଣ୍ଣାଟକରେ ଏହି ଲକଡାଉନ୍ ଆରମ୍ଭ ହୋଇ ଆଗାମୀ ୧୪ ଦିନ ଯାଏଁ ବଳବତ୍ତର ରହିବ ।

ଲକଡାଉନ୍ ସମୟ ମଧ୍ୟରେ ଜରୁରୀ ସେବା ପାଇଁ ସକାଳ ୬ ଟାରୁ ୧୦ ଟା ପର୍ୟ୍ୟନ୍ତ ଅନୁମତି ଦିଆଯାଇଛି। ସକାଳ ୧୦ ଟା ପରେ ଦୋକାନ ବନ୍ଦ ରହିବ । ସାଧାରଣ ପରିବହନ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପା କହିଛନ୍ତି। ଏହା ସହିତ ରାଜ୍ୟ ବାହାରେ କିମ୍ବା ରାଜ୍ୟ ଭିତରେ ଯାତ୍ରା ଅନୁମତି ଦିଆଯିବ ନାହିଁ। କେବଳ ଜରୁରୀକାଳୀନ ପରିସ୍ଥିତିରେ ଛାଡ଼ ଦିଆଯିବ। କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ଏଭଳି କଠୋ ପଦକ୍ଷେପ ନିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ କହିବା କଥା, ମେ’ ପହିଲାରୁ ରାଜ୍ୟରେ ସାବାଳକ ଲୋକଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମଧ୍ୟ ଟିକା ଦିଆଯାଉଛି । ତେଣୁ ଏପରି ସ୍ଥିତିରେ ସଂକ୍ରମଣରେ ରୋକ ଲଗାଇବା ପାଇଁ ଲକଡାଉନ୍ ହିଁ ଏକମାତ୍ର ଉପାୟ ।

ଗତ ୨୪ ଘଣ୍ଟା ଭିତରେ କର୍ଣ୍ଣାଟକରୁ ୩୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ସେଠାରୁ ୩୪,୦୮୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୧୩.୩୯ ଲକ୍ଷକୁ ବୃଦ୍ଧି ପାଇଛି, ଯାହାକୁ ଦେଖି କର୍ଣ୍ଣାଟକ ସରକାର ରାଜ୍ୟରେ ୧୪ ଦିନିଆ କର୍ଫ୍ୟୁ ଘୋଷଣା କରିଛନ୍ତି ।
ଗତକାଲି ଦିଲ୍ଲୀ ସରକାର ମଧ୍ୟ ସେଠାରେ ଲକଡାଉନ୍ ଅବଧିକୁ ବୃଦ୍ଧି କରିସାରିଛନ୍ତି । ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମଣ ବଢୁଥିବାରୁ ସେଠାରେ ନିୟମ କଡ଼ାକଡ଼ି କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.