THE BYAPINI

ଭୟ ବଢାଉଛି ଟ୍ରିପଲ ମ୍ୟୁଟାଣ୍ଟ..ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍

Get real time updates directly on you device, subscribe now.

ପଶ୍ଚିମବଙ୍ଗରେ କରୋନାର ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହେବାପରେ ରାଜ୍ୟ ସରକାର ସଜାଗ ହୋଇଛନ୍ତି । ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ଏଣିକି ପଶ୍ଚିମବଙ୍ଗରୁ ଯେକୌଣସି ଲୋକ ଓଡ଼ିଶା ଆସିଲେ ବାଧ୍ୟତାମୂଳକ ଭାବେ ୧୪ଦିନିଆ କ୍ୱାରେଣ୍ଟାଇନରେ ରହିବେ । ଯେଉଁମାନଙ୍କ ପାଖରେ ୪୮ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଏବଂ କୋଭିଡ-୧୯ ଟିକାର ୨ଟି ଡୋଜ୍‌ ନେଇଥିବା ପ୍ରମାଣପତ୍ର ଥିବ ସେମାନଙ୍କୁ ଗୃହ ସଂଗରୋଧରେ ରହିବାକୁ ଅନୁମତି ମିଳିବ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍ କରି ଏନେଇ ସୂଚନା ଦେଇଛନ୍ତି ।

ପଶ୍ଚିମବଙ୍ଗରେ ଦୈନିକ ୧୦,୦୦୦ ସଂକ୍ରମିତ ହେଉଛନ୍ତି। ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିବା ନୂଆ ଭୂତାଣୁ ବେଶ ମାରାତ୍ମକ । ଏହା ବେଶ ଦ୍ରୁତ ଗତିରେ ସଂକ୍ରମିତ ହେବାରେ ଲାଗିଛି । ତେଣୁ ପଶ୍ଚିମବଙ୍ଗ ସହ ଲାଗିଥିବା ସବୁ ରାସ୍ତାରେ ଚେକିଂ କଡ଼ାକଡ଼ି ହେବ। ଚେକିଂ କଡ଼ାକଡ଼ି କରିବାକୁ ବାଲେଶ୍ୱର, ମୟୂରଭଂଜ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ଲୋକଙ୍କୁ ଚେକିଂ କରାଯିବ।

ଯଦି କେହି ପଶ୍ଚିମବଙ୍ଗରୁ ଆସି କ୍ୱାରେଣ୍ଟାଇନରେ ନରହିଛି ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ଥାନୀୟ ୱାର୍ଡମେମ୍ବର, ସରପଂଚ ଓ ପଂଚାୟତିରାଜ ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ସଚେତନତା ସୃଷ୍ଟି କରିବା ସହ ସ୍ଥାନୀୟ ବିଡିଓ, ପୁଲିସ ଷ୍ଟେସନକୁ ଜଣାଇବାକୁ କୁହାଯାଇଛି। ଏହି ନିର୍ଦ୍ଦେଶନାମାକୁ ଯିଏ ଉଲ୍ଲଘଂନ କରିବ ସେମାନଙ୍କ ବିରୁଦ୍ଧରେ ମହାମାରୀ ଆଇନ-୧୮୯୭ ଓ ଆଇପିସିର ଅନ୍ୟ ଧାରାରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.