THE BYAPINI

ଭୁବନେଶ୍ୱରରେ ପୁଣି ୪ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ ଘୋଷଣା

Get real time updates directly on you device, subscribe now.

ଭୁବନେଶ୍ୱରରେ ପୁଣି ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମସି । ନୟାପଲ୍ଲୀ ଓ ଭୀମପୁରରେ ଗୋଟିଏ ଲେଖାଏଁ ଏବଂ ଶ୍ରୀକ୍ଷେତ୍ର ବିହାରରେ ୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଗୋଟିଏ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ଗତକାଲି ଉତ୍ତର ଓ ଦକ୍ଷିଣପୂର୍ବ ଜୋନ ପକ୍ଷରୁ ୫ଟି ଲେଖାଏଁ ମୋଟ ୧୦ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା ।ଆଗରୁ ଦକ୍ଷିଣପୂର୍ବ ଜୋନ୍ ଅଞ୍ଚଳରେ ୫ଟି ଓ ଉତ୍ତର ଜୋନରେ ୫ଟି ଜାଗାରେ କଣ୍ଟେନମେଣ୍ଟ ଜୋନ୍ ହୋଇଛି । ଦକ୍ଷିଣପୂର୍ବ ଜୋନରେ ଆଚାର୍ୟ୍ୟବିହାର ସାଇ ମନ୍ଦିର ନିକଟ ପ୍ଲଟ୍ ନମ୍ବର ୧୪୯୯/ଏ, ସତ୍ୟନଗର ପ୍ଲଟ୍ ନମ୍ବର ୧୨୦ବି, ଆଚାର୍ୟ୍ୟ ବିହାର ପାଣିଟାଙ୍କି ଏଲ୍୩/୬୫, ବାପୁଜୀନଗର ପ୍ଲଟ୍ ନମ୍ବର ୬୦, ଟଙ୍କପାଣି ରୋଡ୍ ବିଷ୍ଣୁନଗର ପ୍ଲଟ୍ ନମ୍ବର ୧୧୪୭କୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି ।
ସେହିଭଳି ଉତ୍ତର ଜୋନରେ ସୈନିକ ସ୍କୁଲ କ୍ବାର୍ଟର ନମ୍ବର କ୍ୟୁଆର-୩ଆରଏ, ଇଣ୍ଡିଆନ୍ ଅଏଲ୍ ହାଉସିଂ ସୋସାଇଟି ତୃତୀୟ ମହଲା ଏ-୩୦୪, ପାଣ୍ଡରା ପ୍ଲଟ୍ ନମ୍ବର ୪୦୪୪/୪, ଏକ୍ସଆଇଏମ୍ବି ବ୍ଲକ୍-୨ କ୍ବାର୍ଟର ନମ୍ବର ୧୨ ଓ ଶୈଳଶ୍ରୀ ବିହାର ଲେନ୍-୬ ଏଚ୍ଆଇଜି-୫୬କୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ଏହି ଅଞ୍ଚଳରୁ ବାହାରକୁ କୌଣସି ଲୋକ ଯାଇ ପାରିବେ ନାହିଁ କିମ୍ବା ବାହାରୁ ମଧ୍ୟ କେହି ଏହି ଜାଗାଗୁଡ଼ିକୁ ପ୍ରବେଶ କରିପାରିବେ ନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.