THE BYAPINI

ଭୁବନେଶ୍ୱରରେ ଭୟଙ୍କର ବ୍ୟାପୁଛି ଭାଇରସ

Get real time updates directly on you device, subscribe now.

ଭୁବନେଶ୍ୱରରେ ଭୟଙ୍କର ହେଉଛି ଭାଇରସ । କାହିଁକି ରାଜଧାନୀରେ ବଢୁଛି ସଂକ୍ରମଣ ? କଡା କଟକଣା, ନାଇଟ କର୍ଫ୍ୟୁ ସତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା କାହିଁକି ନିୟନ୍ତ୍ରଣ ହେଉନାହିଁ? କିଛି ଅମାନିଆ ଲୋକ ନିୟମ ମାନୁନଥିବାରୁଁ ବଢୁଛି କି ସଂକ୍ରମଣ? ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସେଥିମଧ୍ୟରୁ ଅଧିକାଂଶ ହେଉଛନ୍ତି ରାଜଧାନୀ ବାସିନ୍ଦା । ଯାହା ବିଏମସି ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି ।

ରାଜ୍ୟରେ ଦୈନିକ ସଂକ୍ରମଣ ୬ ହଜାର ଟପିଥିବାବେଳେ ରାଜଧାନୀ ଭୁବନେଶ୍ୱରର ସଂକ୍ରମଣ ମଧ୍ୟ ଦିନକୁ ଦିନ ବଢିବାକୁ ଲାଗିଛି । ଆଜି ଭୁବନେଶ୍ୱରରୁ ମୋଟ ୭୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେ ଭିତରୁ ୫୯୮ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ଦେଇଛି । ତେବେ ବିଏମ୍‌ସିକୁ ଚିନ୍ତାରେ ପକାଇଛି ପଟିଆ। ଆଜି ସେଠାରେ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବିଏମସିର ରିପୋର୍ଟ ମୁତାବକ, ବଡଗଡ, ଚନ୍ଦ୍ରଶେଖରପୁର, ବିଜେପି ନଗର, ଚକେଇସିଆଣି, ବରମୁଣ୍ଡା, ଡୁମୁଡୁମା, ଖଣ୍ଡଗିରି ଆଦି ଅଂଚଳରୁ ଏକାଧିକ ଲୋକାଲ୍ କେସ୍ ସାମ୍ନାକୁ ଆସିଛି । ଏହାସହ ଝାରପଡା, ପୁରୁଣା ଭୁବନେଶ୍ୱର, ନୟାପଲ୍ଲୀ, ମଂଚେଶ୍ୱରରୁ ମଧ୍ୟ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ୨୩୭କୁ ବୃଦ୍ଧି ପାଇଛି। ସେହିପରି ଆଜି ୩୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୨୦୨କୁ ବୃଦ୍ଧି ପାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.