ରାଜଧାନୀରେ ରହିଛି କେତୋଟି ବେଆଇନ ଆପାର୍ଟମେଂଟ?
ରାଜଧାନୀରେ ଯେପରି ଲୋକସଂଖ୍ୟା ବଢିଚାଲିଛି ସେପରି ଆପାର୍ଟମେଂଟ ବି ତିଆରି ଚାଲିଛି । ଯୁଆଡେ ଦେଖିବେ ଛିଡା ହୋଇଛି ଆପାର୍ଟମେଂଟ । କିନ୍ତୁ ଏସବୁ ଆପାର୍ଟମେଂଟ ମଧ୍ୟରୁ ଅନେକ ବେଆଇନ ଆପାର୍ଟମେଂଟ ରହିଛି ।ଯାହାକୁ ଏବେ ଭାଙ୍ଗିବାକୁ ଭାଙ୍ଗି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମାଟିର ମିଶିବ ବେଆଇନ ଆପାର୍ଟମେଂଟ । କେବଳ ରାଜଧାନୀରେ ନୁହେଁ ସାରା ରାଜ୍ୟରେ ଅନେକ ବେଇଆନ୍ ଆପାର୍ଟମେଣ୍ଟ ରହିଛି।ଭୁବନେଶ୍ୱରରେ ରହିଛି ୪୬୩ଟି ବେଆଇନ ଆପାର୍ଟମେଣ୍ଟ। ଏଥିରୁ କିଛି ଆପାର୍ଟମେଣ୍ଟ ଗୁଡିକୁ ଡିମୋଲେସନ ପାସ୍ ହୋଇଥିବା ବେଳେ କିଛି ମାମଲା ଏବେ ବି ବିଚାରାଧୀନ ରହିଛି।ବିଧାନସଭାରେକଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ୧୬୪୩ଟି ଆପାର୍ଟମେଣ୍ଟକୁ ନିର୍ମାଣ ନକ୍ସା ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।ତେବେ ବେଆଇନ ଘୋଷଣା କରିଥିବା ଆପାର୍ଟମେଣ୍ଟ ଗୁଡିକୁ ସରକାର କାହିଁକି ବିଜୁଳି ଓ ପାଣି ଯୋଗାଇ ଦେଉଛନ୍ତି। ଏହାର ଜବାବରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ବେଆଇନ ଭାବେ ଘୋଷଣା ହେବା ପରେ କିଭଳି ପାଣି ଓ ବିଜୁଳି ଯୋଗାଇ ଦିଆଯାଉଛି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ।ସରକାର ତଥ୍ୟ ସଂଗ୍ରହ କରୁଛନ୍ତି।ଅନ୍ୟ ପଟେ ବାରମ୍ବାର ସୁଯୋଗ ଦେଇ ମଧ୍ୟ କମ୍ପାଉଣ୍ଡିଂ ଫିସ୍ ଦେବାକୁ ପଡୁଥିବାରୁ କିଛି ବିଲ୍ଡର ଜାଣିଶୁଣି ରେଗୁଲାରାଇଜ କରୁନାହାନ୍ତି ତେଣୁ ସେମାନଙ୍କ ବିରୋଧରେ କାଯର୍ୟାନୁଷ୍ଠାନ ନିହାତି ଆବଶ୍ୟକ ବୋଲି କହିଛନ୍ତି ଅନେକ ବିଲ୍ଡର।କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ରାଜ୍ୟ ସରକାର ୧୫୦୦ ବଡ଼ ବଡ଼ ବେଇଆନ୍ ଆପାର୍ଟମେଣ୍ଟକୁ ଚିହ୍ନଟ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟ ଯେ ସାରା ରାଜ୍ୟରେ ଦିନକୁ ଦିନ ବେଆଇନ୍ ଆପାର୍ଟମେଣ୍ଟ ବଢ଼ିଚାଲିଛି। ରାଜ୍ୟ ସରକାର ସେସବୁକୁ ଭାଙ୍ଗିବାର ଆବଶ୍ୟକତା ରହିଛି। କିନ୍ତୁ ସରକାର ଏଥିରୁ ମାତ୍ର ୧୯୪ଟି ଆପାର୍ଟମେଣ୍ଟକୁ ଭାଙ୍ଗିବାକୁ ବ୍ୟବସ୍ଥା କରୁଛନ୍ତି।