THE BYAPINI

କାଲି ବାହୁଡାଯାତ୍ରା…ପୁରୀ ସହରରେ ଲାଗିଲା କର୍ଫ୍ୟୁ

Get real time updates directly on you device, subscribe now.

ଆସନ୍ତାକାଲି ବାହୁଡା ଯାତ୍ରା । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ରାତି ୮ଟାରୁ ପୁରୀ ସହରେ କର୍ଫ୍ୟୁ ଲାଗୁ କରାଯାଇଛି । ୪୮ ଘଂଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି । ୨୧ ତାରିଖ ରାତି ୮ଟା ଯାଏ କର୍ଫ୍ୟୁ କଟକଣା ବଳବତର ରହିବ । ବାହୁଡା ଯାତ୍ରା ନେଇ ସହରର ସମସ୍ତ ମୁଖ୍ୟ ପ୍ରବେଶ ପଥକୁ ସିଲ କରାଯିବା ସହ କଟକଣା କଡାକଡି କରାଯାଇଛି ।

ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ମଙ୍ଗଳ ଆଳତି ପ୍ରାତଃ ୪ଟାରେ ହେବାକୁ ଥିବା ବେଳେ ମଇଲମ ୪ଟା ୧୫, ତଡ଼ପଲାଗି ୪ଟା ୩୦, ଅବକାଶ ୫ଟା, ସୂର୍ୟ୍ୟପୂଜା ସକାଳ ୫ଟା ୧୫, ଦ୍ୱାରପାଳ ପୂଜା ୫ଟା ୩୦, ବେଶ ଶେଷ ୫ଟା ୩୦ ସୁଦ୍ଧା ସରିବ । ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ହେବ । ସେନାପଟା ଲାଗି ୭ଟାରୁ ୧୧ଟା ୩୦ ମଧ୍ୟରେ ହେବାକୁ ଥିବାବେଳେ ମଙ୍ଗଳାର୍ପଣ ଦିନ ୧୧ଟା ୪୫, ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ୨ଟା ୩୦ ମଧ୍ୟରେ ହେବାକୁ ନୀତି ନିର୍ଘଣ୍ଟ ହୋଇଛି । ସେହିଭଳି ବେଶ ଶେଷ ୧ଟାରୁ ୨ଟା ୩୦ ମଧ୍ୟରେ, ଛେରା ପହଁରା ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ହେବ ।ଚାରମାଳ ଫିଟା ଓ ଘୋଡ଼ା ଲାଗିବା ୩ଟାରୁ ୪ଟା ମଧ୍ୟରେ ସରିବା ପରେ ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହେବ । ରଥଟଣା ସରିବା ପରେ ଅନ୍ୟାନ୍ୟ. ନୀତିକାନ୍ତି କରାଯିବ ।

ନିଳାଦ୍ରୀ ଭକ୍ତ ନିବାସରେ ମହାବାହୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ ହୋଇଛି । କୋଭିଡ କଟକଣା ଭିତରେ ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ସୁରୁଖୁରୁରେ ସମାପନ କରିବା ପାଇଁ ସବୁ ବିଭାଗୀୟ ଅଧିକାରୀଙ୍କ ସହ ହୋଇଛି ଆଲୋଚନା ।

Get real time updates directly on you device, subscribe now.

Leave A Reply

Your email address will not be published.