ଚିନ୍ତା ବଢାଉଛି ଖୋର୍ଦ୍ଧା
ଝଡ଼ ପରି କରୋନାର ଦ୍ୱିତୀୟ ଲହର ମାଡିଚାଲିଥିବା ବେଳେ ରାଜ୍ୟରେ ବି ସଂକ୍ରମଣ ଉଦବେଗଜନକ ସ୍ଥିତିରେ ପହଚିଂଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ପ୍ରତିଦିନ ନୂଆ ରେକର୍ଡ କରୁଛି କରୋନା । ଦିନକରେ ୪ ହଜାର ୭୬୧ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି ।
ସର୍ବାଧିକ ମାମଲା ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ କରାଯାଇଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୭୦୩ ଜଣ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ କରାଯାଇଛି । ସେହିପରି ସୁନ୍ଦରଗଡ଼ରୁ ୫୧୬, ନୂଆପଡ଼ା ୪୮୬, ବରଗଡ଼ ୩୧୮, କଟକ ୩୦୪, ଝାରସୁଗୁଡ଼ା ୨୯୦, ବଲାଙ୍ଗିର ୨୨୭, ପୁରୀ ୨୨୩, ନବରଙ୍ଗପୁର ୧୯୪, ସମ୍ବଲପୁରରୁ ୧୭୧ ଚିହ୍ନଟ ହୋଇଛନ୍ତି। ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ନୂଆପଡ଼ାରୁ ସର୍ବାଧିକ ୨ ଜଣ ଥିବା ବେଳେ କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଅଛନ୍ତି ।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୩୮୨୩୧୫ ହୋଇଥିବାବେଳେ ଏବେ ୩୦୯୨୭ଟି ସକ୍ରିୟ ମାମଲା ରହିଛି ଜ୍ଝ ଏହାସହ କରୋନା ଯୋଗୁଁ ୧୯୫୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।