୧୧ଟା ସୁଦ୍ଧା ୩୬%ରୁ ଅଧିକ ମତଦାନ
ପଂଚାୟତର ନିର୍ବାଚନ ପାଇଁ ଚାଲିଛି ଚତୁର୍ଥ ପର୍ୟ୍ୟାୟ ମତଦାନ । ଦିନ ୧୧ଟା ସୁଦ୍ଧା ୩୬ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ଶାନ୍ତିଶୃଙ୍ଖଳାର ସହ ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି ଭୋଟର । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ୧୭ ହଜାର ୮୯ଟି ବୁଥରେ ମତଦାନ କରିବେ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର । ସେଥିରୁ ୨ହଜାର ୫୬୩ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଏହି ବୁଥ ଉପରେ କଡା ନଜର ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।