୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ
ପୁରୀ ଟାଉନ୍ ଥାନା ଅଞ୍ଚଳରେ ଲଜ୍ଜାକର ଘଟଣା । ଏକୁଟିଆ ଖେଳୁଥିବା ବେଳେ ୫ ବର୍ଷର ଶିଶୁକନ୍ୟାକୁ ଛାତ ଉପରକୁ ଟେକି ଦୁଷ୍କର୍ମ ଅଭିଯୋଗ । ଶିଶୁକୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ସଦର ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ମହେଶ ମହାନ୍ତି ବୋଲି ଜଣାପଡ଼ିଛି । ସେ ଜଣେ ଡ୍ରାଇଭର ବୋଲି ପୋଲିସ କହିଛି । ଏହି ଘଟଣାକୁ ନେଇ ଟାଉନ୍ ଥାନା ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମହେଶକୁ ଧରିବା ପାଇଁ ଚାରିଟି ଟିମ୍ ଗଠନ କରାଯାଇଛି । ଟାଉନ୍ ଥାନା ଆଇଆଇସି, କୁମ୍ଭାରପଡ଼ା ଆଇଆଇସି, ବାସେଳିସାହି ଆଇଆଇସି ଓ ବଳିଆପଣ୍ଡା ଆଇଆଇସିଙ୍କ ନେତୃତ୍ୱରେ ଚାରିଟି ଟିମ୍ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ତଦନ୍ତ ଚଳାଇଛି ।
ପୁଲିସ କହିଛି, ମହେଶ ଜଣେ ଡ୍ରାଇଭର । ପୂର୍ବରୁ ତା ବାପା ମରିଯାଇଥିବା ବେଳେ ଗତବର୍ଷ କରୋନାରେ ତା’ ମାଆ ବି ଚାଲିଯାଇଛନ୍ତି । ସେ ଗତ କିଛିବର୍ଷ ହେବ ବିବାହ କରିଥିଲା । ମାତ୍ର ତା’ ପତ୍ନୀ ତାକୁ ଛାଡି ଅନ୍ୟତ୍ର ଚାଲିଯାଇଥିବା ଚର୍ଚ୍ଚା ହେଉଛି ।