THE BYAPINI

ଅଟକ ପରେ ଭାରତୀୟଙ୍କୁ ମୁକ୍ତ କଲା ତାଲିବାନ

Get real time updates directly on you device, subscribe now.

ପ୍ରବାସୀ ଭାରତୀୟଙ୍କୁ ଅଟକ ପରେ ମୁକ୍ତ କଲା ତାଲିବାନ । ଆଫଗାନିସ୍ତାର ରାଜଧାନୀ କାବୁଲ ଏୟାରପୋର୍ଟ ନିକଟରୁ ନେଇଯାଇଥିବା ସମସ୍ତ ଭାରତୀୟ ପୁଣି ଏୟାରପୋର୍ଟକୁ ଫେରୁଛନ୍ତି । ତାଲିବାନୀ ସମସ୍ତ ଲୋକଙ୍କ ପାସପୋର୍ଟ ଯାଞ୍ଚ କରିବା ପରେ ସେମାନଙ୍କୁ ଛାଡ଼ିଦେଇଥିବା ଜଣା ପଡ଼ିଛି । କାବୁଲ ଏୟାରପୋର୍ଟର ଏକ କମ୍ପାଉଂଢରେ ଭାରତୀୟମାନଙ୍କୁ ରଖାଯାଇଥିଲା । ସମସ୍ତ ଭାରତୀୟ ସୁରକ୍ଷିତ ଥିବା କୁହାଯାଇଛି ।
କାବୁଲ ଏୟାରପୋର୍ଟରେ ତାଲିବାନୀ ସମସ୍ତ ଭାରତୀୟଙ୍କ ପାସପୋର୍ଟ ଯାଞ୍ଚ କରିବା ପରେ ସେମାନଙ୍କୁ ବିମାନବନ୍ଦରରେ ପ୍ରବେଶ ଅନୁମତି ଦେଇଛି । ଏୟାରପୋର୍ଟ ନିକଟରୁ ୧୫୦ରୁ ଅଧିକ ଲୋକଙ୍କୁ ତାଲିବାନୀ ଅପହରଣ କରିଥିବା ସୂଚନା ମିଳିଥିଲା । ଏମାନଙ୍କ ମଧ୍ୟରେ ଏକାଧିକ ଭାରତୀୟ ଥିବା କୁହାଯାଇଥିଲା । ସ୍ୱଦେଶ ଫେରିବା ପାଇଁ ବିମାନ ବନ୍ଦର ନିକଟରେ ଅପେକ୍ଷା କରିଥିବା ବେଳେ ସେମାନଙ୍କୁ ଅପହରଣ କରାଯାଇଥିବା ଖବର ପହଂଚିଥିଲା । ହେଲେ ଅପହରଣକୁ ଖଣ୍ଡନ କରିଥିଲା ତାଲିବାନ । ତାଲିବାନର କହିବା ମୁତାବକ ଭାରତୀୟ ଯାତ୍ରୀଙ୍କୁ ଅପହରଣ କରାଯାଇନଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.